ଖବରପାଇ ଉଦଳା ବନବିଭାଗ ଘଟଣାସ୍ଥଳରେ ପହଂଚି ଗୁରୁତର ହରିଣକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ପଶୁ ଡାକ୍ତରଖାନାକୁ ଆଣିଥିଲେ । ତେବେ ଶିମିଳିପାଳରେ ନିଆଁ ଲାଗିବା ସହିତ ବାରମ୍ବାର ବନ୍ୟଜନ୍ତୁ ଶିକାର ହେଉଥିବାରୁ ଶିମିଳିପାଳ ଏବେ ଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି ।
କୁକୁରଙ୍କ ଆକ୍ରମଣରେ ହରିଣ ଗୁରୁତର

ଅର୍ଗସ ବ୍ୟୁରୋ : ଜଙ୍ଗଲି ଜନ୍ତୁ ଜନବସତି ମୁହାଁ । ଆଉ ଜନବସତିରେ ପଶିବା ପରେ ଗୋଟିଏ ହରିଣ, କୁକୁରଙ୍କ ଆକ୍ରମଣରେ ଗୁରୁତର ହୋଇଛି । ଚାରୋଟି କୁକୁର ହରିଣକୁ ଝୁଣି ପକାଇବାକୁ ଚେଷ୍ଟା କରିଥିବା ବେଳେ ହରିଣଟି ତାଙ୍କ କବଳରୁ ବର୍ତି ଆସିଛି । ଏଭଳି ଘଟଣା ଘଟିଛି ଉଦଳା ବନାଂଚଳ ଅଧିନ ଖିରପଦା ଗ୍ରାମରେ ।
Download Argus News App
