1 ନମ୍ବର, 3 ନମ୍ବର, ୪ ନମ୍ବର ଓ 11 ନମ୍ବର ୱାର୍ଡରେ ସାଧାରଣ ଲୋକେ ମର୍ଣ୍ଣିଂ ୱାର୍କ ଓ ସ୍କୁଲ ପିଲା ସ୍କୁଲକୁ ଯାଉଥିବାବେଳେ ଏକ ପାଗଳ କୁକୁର ଆତଙ୍କ ରଚିଥିଲା । ରାସ୍ତାରେ ଯିଏ ବି ଯାଉଥିଲା ତାକୁ ଗୋଡେଇ ଗୋଡେଇ କାମୁଡିଥିଲା । ଫଳରେ କିଛି ସମୟ ପାଇଁ ସେହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଖାଲି କାମୁଡି ନଥିଲା ବରଂ ଅନେକ ଲୋକଙ୍କ ଅବସ୍ଥା ଘାଇଲା କରିଦେଇଥିଲା କୁକୁରଟି । ଶନିବାର ଏ ଘଟଣାପରେ ପୌରପାଳିକାର ଭୂମିକାକୁ ନେଇ ଲୋକେ ଉଠାଇଥିଲେ ପ୍ରଶ୍ନ।
କୁକୁର ଭୟରେ ଲୋକେ ଘରେ କବାଟ କିଳି ରହିଥିଲେ। ଆହତଙ୍କୁ ଜିଲ୍ଲା ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା କଥା ୪/୫ ଜଣଙ୍କୁ କୁକୁର ଗୁରୁତର ଭାବେ ଆହାତ କରିଛି । ସମୁଦାୟ 20/25ଜଣଙ୍କୁ କୁକୁର କାମୁଡି ଥିବାରୁ ତାଙ୍କୁ ରାବିଜ ଭେକ୍ସିନ ଦେବା ସହ ଆବଶ୍ୟକୀୟ ଔଷଧ ଦିଆଯାଇଛି । ସେପଟେ ପୌରପାଳିକା ନିର୍ବାହୀ କହୁଛନ୍ତି କୁକୁର ଧରିବାକୁ ଟ୍ରେନର ନାହାନ୍ତି । ଭୁବନେଶ୍ୱରକୁ ଟ୍ରେନର ପଠାଯିବ । ସେମାନେ ଟ୍ରେନିଂ ନେଇ ଆସିବା ପରେ କୁକୁରଙ୍କୁ ଧରି ସହରଠୁ ଦୂରରେ ଛାଡିବାକୁ ଯୋଜନା ରହିଛି ।
ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେବା ସହ ସହରରେ ବୁଲୁଥିବା ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ପୌରପାଳିକାର ଦାଇତ୍ୱ ହୋଇଥିବା ବେଳେ ତାହା ନକରି ଘଟଣା ଘଟିଲେ ପୌରପାଳିକା କର୍ତ୍ତୃପକ୍ଷ ବାହାଘର ବେଳେ ବାଇଗଣ ରୋଇବା ଭଳି ଉତ୍ତର ରଖିବା ସରକାରୀ ବ୍ୟବସ୍ଥା ଉପରେ ଉଠାଇଛି ବଡ଼ ପ୍ରଶ୍ନ ।