ଅର୍ଗସ ବ୍ୟୁରୋ : କେବଳ ମଣିଷ ନୁହଁ ପଶୁମାନେ ବି କରୁଛନ୍ତି ଶୋ । ଭୁବନେଶ୍ବରରେ ଆୟୋଜିତ ହୋଇଛି ୩ ଦିନିଆ ଡଗ୍ ଶୋ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଛନ୍ତି ବିଦେଶୀ କୁକୁର । ପ୍ରଥମ ଦିନରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ ଜର୍ମାନ ସେଫଡ । ୟୁନିଟ-୬ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଛି ଶୋ । ୨ ବର୍ଷର କରୋନା କଟକଣା ପାଇଁ ଶୋ ବନ୍ଦ ଥିଲା । ଓଡ଼ିଶା କେନାଲ କ୍ଲବ ପକ୍ଷରୁ ଆୟୋଜିତ ଏହି ଶୋରେ ଜର୍ମାନ ସେଫଡ କୁକୁର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ଶୋରେ ରନିଂ, ଫିଜିକାଲ ଫିଟନେସ, ଫେଥ୍ ଟେଷ୍ଟ ଭଳି ନୂଆ ନୂଆ କାର୍ଯ୍ୟକ୍ରମ ହୋଇଥିଲା ।
ଆହୁରି ୨ ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ସନ୍ ଡେରେ ସୁପର ଧମାକା ଦେଖାଇବେ ବିଦେଶୀ କୁକୁର । ପ୍ରଥମ ଦିନରେ ଜର୍ମାନ ସେଫଡ ପ୍ରଜାତିର କୁକୁର ଟ୍ୟାଲେଣ୍ଟ ପ୍ରଦର୍ଶନ କରିଥିବା ବେଳେ ଶନିବାର, ରବିବାର ଲାବ୍ରାଡର ରିଟ୍ରାଇଭ, ଡୋଗର ମ୍ୟାନ ଭଳି ଆହୁରି ୩୦ ପ୍ରକାର କୁକୁରଙ୍କ ମେଳା ଲାଗିବ । କୃତି କୁକୁରଙ୍କୁ ଶେଷ ଦିନରେ ପୁରସ୍କୃତ କରାଯିବ । ରାଜଧାନୀରେ ଆୟୋଜିତ ଏହି ଡଗ୍ ଶୋ ଦେଖିବା ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ।