ସେପଟେ ରତ୍ନଦେବୀ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତ୍ତି । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଭକ୍ତ ଅପେକ୍ଷା କରିଛି ମହାପ୍ରଭୁଙ୍କର ଏହି ଦିବ୍ୟ ବେଶର ଦର୍ଶନ ପାଇଁ। ଦୋଳପୂର୍ଣ୍ନିମା ପୂର୍ବ ସଂଧ୍ୟାରେ ଅନୁଷ୍ଠିତ ହୋଇଛି ମେଣ୍ଢାପୋଡି ନୀତି। ସୋମବାର ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିଥିଲେ। ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ଏଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି ଓ ବନ୍ଦାପନା ପରେ ଅନୁଷ୍ଠିତ ହୋଇଥିଲା ଭୋଗ।
ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ବାର ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯିବା ସହ ହୋଲିକା ରାକ୍ଷାସୀର ଦହନ କରାଯାଇଥିଲା।ମଙ୍ଗଳବାର ଦୋଳ ପୂର୍ଣ୍ନିମା ପାଇଁ ସକାଳ 8 ଟାରେ ଶ୍ରୀମନ୍ଦିର ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବା ପରେ 8 ରୁ 9.30 ମଧ୍ୟରେ ସୁନାବେଶ ସମ୍ପର୍ଣ୍ଣ କରାଯିବ। ସକାଳ 10 ଟାରେ ବିମାନକୁ ଦିଅଁ ବିଜେକରି ଦୋଳବେଦୀ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି ।