ଆହୁରି ପଢନ୍ତୁ: ଜାମୁ ଡାଳ ନେଇ ଆସୁଥିବା ଟ୍ରାକ୍ଟର ଓଲଟି ୨ ମୃତ
ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ବଣହରା ଗାଁର ଜୟନ୍ତ କୁମାର ଦାସଙ୍କ ଦୋଳ ବିମାନ ବାଲିଆ ମେଳଣ ସାରି ଦୁହୁରିଆ ମେଳଣରେ ଯୋଗ ଦେବାକୁ ଆସୁଥିଲେ l ଦୁହୁରିଆ ମେଳଣରୁ କିଛି ଦୂରରେ କଟକ ଆଡୁ ଆସିଥିବା ଏକ ମାଛ ବୋଝେଇ ପିକ ଅପ୍ ଭ୍ୟାନ୍ ବିମାନକୁ ପଛ ପଟୁ ଧକ୍କା ଦେଇଥିଲା l
ଆହୁରି ପଢନ୍ତୁ: ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଚାଳକ ମୃତ୍ୟୁ
ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଗୁରୁତରଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବିମାନଟି ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି l ପୋଲିସ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ୍ କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ମୃତକ ହେଲେ ବଣହରା ଗାଁ ର ଦିବ୍ୟଜ୍ୟୋତି ଦାସ ଏବଂ ବଡ଼ ଗାଁର ସୋମନାଥ ସାହୁ ।