ଏଠାରେ ତିନିଦିନ ଧରି ଠାକୁର ମାନେ ଭୋଗ ଖାଇ ରଙ୍ଗ ଖେଳିବା ପରମ୍ପରା ରହି ଆସିଛି । ଆଜି ଭୋର ସମୟରେ ଜୀଉ ମାନଙ୍କ ମହାମେଳଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ମହାମିଳନରେ ୧୯ ଗୋଟି ଜୀଉ ଏକ ତ୍ରିତ ହୋଇ ମିଳନ ପଡିଆ ଠାରେ ଭକ୍ତ ମାନଂକୁ ଦର୍ଶନ ଦେଛନ୍ତି। ଏହି ପର୍ବରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ଏଇ ଐତିହାସିକ ଦୋଳ ମେଳା ୧୯୦୬ ମସିହାରୁ ଆରମ୍ଭ ହଇଥିବା ବେଳେ ବର୍ଷ ବର୍ଷ ଧରି ଏଠାରେ ପାଳନ ହୋଇ ଆସୁଛି ।
ଘରକୁ ଘର ବୁଲି ଭୋଗ ଖାଉଛନ୍ତି ରାଧାକୃଷ୍ଣ

ମୟୂରଭଞ୍ଜ : ମୟୂରଭଞ୍ଜ କରଞ୍ଜିଆ ଉପଖଣ୍ଡରେ ଐତିହାସିକ ଦୋଳମେଳା ପାଳିତ ହୋଇଛି। ପବିତ୍ର ଫଗୁଦଶମୀ ଦିନଠାରୁ ଉପଖଣ୍ଡର ବିଭିନ୍ନ ମନ୍ଦିରରୁ ରାଧାକୃଷ୍ଣ ଜୀଉ ବାହାରି ଘରକୁ ଘର ବୁଲି ଭୋଗ ଖାଉଛନ୍ତି। ତିନି ଦିନ ଧରି ଭକ୍ତଙ୍କ ସଙ୍ଗେ ରଙ୍ଗ ଖେଳି ଥାନ୍ତି ରାଧାକୃଷ୍ଣ ଜୀଉ।
Download Argus News App
