Don't charge your mobiles at public places like mobile charging station, USB power station etc. Cyber fraudsters are trying to steal your personal information from mobile and installing the malware inside your phone. #StayCyberSafe pic.twitter.com/CubCnYlJn7 — Odisha Police (@odisha_police) September 15, 2022
ଦିନକୁ ଦିନ ବଢୁଛି ସାଇବର କ୍ରାଇମ୍ । ଦେଖୁ ଦେଖୁ ଆଖି ପିଛୁଳାକେ ଆକାଉଣ୍ଟ ଖାଲି ହୋଇଯାଉଛି । ଜାଣତରେ ହେଉ କିମ୍ବା ଅଜାଣତରେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ଲୋକେ । ସାଇବର କ୍ରାଇମ୍ ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜିକାଲି ବିନା ଇଣ୍ଟରନେଟ୍ ରେ କିଛି କାମ ହେଉନି । ଇଣ୍ଟରନେଟ୍ ରେ ଯେତେ ଆକ୍ଟିଭ୍ ରହିବା ଅନଲାଇନ କାମ ଯେତେ ସାଇବର କ୍ରାଇମ୍ ର ଶିକାର ହେବାର ଚାନ୍ସ ଅଛି । ତେବେ କେମିତି ସାଇବର କ୍ରାଇମ୍ ରୁ ବର୍ତ୍ତିବେ । ଏନେଇ ଗତକାଲି କିଛି ଟିପ୍ସ୍ ଦେଇଥିଲେ ସାଇବର୍ ଏକ୍ସପର୍ଟ ପ୍ରଶାନ୍ତ ସାହୁ ।
- ବ୍ରାଉଜର୍ ରେ କେବେ ବି ପାସୱାର୍ଡ ସେଭ୍ କରନ୍ତୁ ନାହିଁ ।
- କେବେ ବି ନିଜ ଫଟୋ କିମ୍ବା ନିଜ ସଂପର୍କିତ ତଥ୍ୟ ସପିଂ ମନ୍ ରେ ଦିଅନ୍ତୁ ନାହିଁ ।
- ଫ୍ରି ୱାଇ ଫାଇ ବ୍ୟବହାର କରନ୍ତୁ ନାହିଁ ।
- ଏହା ସହ ବାପା – ମା’ ଙ୍କ ପାଇଁ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ୍ ହେଲା ଯେଉଁ ଫୋନରେ ଗୁଗୁଲ୍ ପେ କିମ୍ବା ଫୋନ ପେ ରହିଛି ସେହି ଫୋନ କୁ ଛୋଟ ଛୁଆଙ୍କୁ ଦିଅନ୍ତୁ ନାହିଁ । ଅପରିଚିତ ଲୋକଙ୍କ ସହ ଚାଟିଂ କରନ୍ତୁ ନାହିଁ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।