ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକର ଡଙ୍ଗରିଆ କନ୍ଧଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଡୋର ଟୁ ଡୋର ସର୍ଭେ। ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ନିୟମଗିରି ପାହାଡର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଓ ଖେମୁଣ୍ଡିପଦର ଗାଁର ଶତାଧିକ ଡଙ୍ଗରିଆ କନ୍ଧ ପରିବାରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସେମାନଙ୍କୁ ଔଷଧ ସେବନ ସହିତ କରୋନା ସମ୍ପର୍କରେ ସଚେତନତା କରାଯାଇଥିଲା।
ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ତ୍ରିଲୋଚନପୁର ପଞ୍ଚାୟତ ସମେତ ଲାଞ୍ଜିଗଡ଼, ଜଗନ୍ନାଥପୁର ଓ ବସନ୍ତପଡା ପଞ୍ଚାୟତର ୨୧ ଗୋଟି ଗ୍ରାମର ଏହି ଆଦିବାସୀ ସମ୍ପ୍ରଦାୟର ପରିବାର ବର୍ଗଙ୍କୁ ଡୋର ଟୁ ଡୋର ସର୍ଭେ କରି ସଚେତନତା କରାଯାଇଥିଲା।
ଏହି ସର୍ଭେ ବ୍ଲକର ୨୬ ଗୋଟି ପଞ୍ଚାୟତର ୨୮୮ ଗ୍ରାମର ୬୮୩୦ ପରିବାରର ପ୍ରାୟ ୩୦ ହଜାର ଏହି ସମ୍ପ୍ରଦାୟର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଶିକ୍ଷକମାନେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଓ ବ୍ଲକ ପ୍ରଶାସନର ଅନେକ ସରକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ।