ଏଥର ସାଉଥ୍ ରେ ଡେବ୍ୟୁ କରିବେ ନୱାଜୁଦ୍ଦିନ
କଟକରେ ଡବଲ ମର୍ଡର, ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା

କଟକ: କଟକରେ ଡବଲ ମର୍ଡର । କଟକର ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ଶିବ ମନ୍ଦିର ନିକଟରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ସ୍ଥଳରେ ଧାରୁଆ ଅସ୍ତ୍ର ଓ ରକ୍ତ ଛିଟା ପଡିଥିବା କିଛି ପ୍ରତ୍ୟକ୍ଷଦର୍ଶି କହିଛନ୍ତି । ତେବେ ସାଇଣ୍ଟିଫିକ୍ର 4 ଟିମ ଓ କଟକ ଡିସିପି ଘଣାସ୍ଥଳରେ ଛାନଭିନ୍ ଚଳାଇଛନ୍ତି ।
ହତ୍ୟାକାଣ୍ଡ ସ୍ଥଳରେ ପଡିଥିବା ଧାରୁଆ ଅସ୍ତ୍ର ଓ ଖୋଲା ଆଲମାରିରୁ ଟଙ୍କା ଲୁଟ ଉଦ୍ଦେଶ୍ୟରେ ମୃତକଙ୍କ କେହି ଜଣାଶୁଣା ବ୍ୟକ୍ତି ଏହି ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଡିସିପି କହିଛନ୍ତି । ଏପଟେ ସେହିପରି ମୃତକଙ୍କ ସମ୍ପର୍କୀୟ କହିଛନ୍ତି ଯେ ଘଟଣା ସମ୍ପର୍କରେ ସେମାନେ ପ୍ରଥମେ ପାଖ ପଡୋଶୀଙ୍କ ଠାରୁ ଜାଣିବାକୁ ପାଇବା ପରେ ପୋଲିସକୁ ଖବର ଦେଇଥିଲେ ।
Download Argus News App
