କେନ୍ଦ୍ରାପଡା: ରାଷ୍ଟ୍ରୀୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଦସ୍ୟା ଭାବେ ମନୋନୀତ କେନ୍ଦ୍ରାପଡ଼ାର ଆଗଧାଡିର ନାରୀନେତ୍ରୀ ଡକ୍ଟର କଳ୍ପନା ମଳିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l କେନ୍ଦ୍ରାପଡା ବ୍ଲକ ଗାଙ୍ଗପଡା ପଞ୍ଚାୟତର ସାହୁମଣ୍ଡପଠାରେ ସ୍ଥାନୀୟ ପଥରକଣୀ ମଣ୍ଡଳ ପକ୍ଷରୁ ଆୟୋଜିତ ଏକ ସଭାରେ ଡ଼କ୍ଟର କଳ୍ପନା ମଳିକଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି ।
ଏହି ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ବିଜେପିର ସଭାପତି କିଶୋର କୁମାର ପଣ୍ଡା, ୧୫ ଜୋନର ଜିଲ୍ଲା ପରିଷଦ ସଦସ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଦାସ, ୨୧ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଦେବେନ୍ଦ୍ର ଚୌଧୁରୀ , ୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା, ଅନୁସୂଚୀତଜାତି ମୋର୍ଚ୍ଚାର ପୂର୍ବତନ ଜିଲ୍ଲା ସଭାପତି ମାଧବାନନ୍ଦ ମଲିକ, ୭ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜନ କୁମାର ସାହୁ, ପଥରକଣି ମଣ୍ଡଳ ସଭାପତି ଦୟାନିଧି ବଳ ପ୍ରମୁଖ ଉପସ୍ଥିତ ରହି ନବ ନିଯୁକ୍ତ ରାଷ୍ଟ୍ରୀୟ ଅନୂସୁଚୀତ ଜାତି ମୋର୍ଚ୍ଚାର ସଦସ୍ୟା ଡକ୍ଟର କଳ୍ପନା ମଳିକଙ୍କୁ ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଥିଲା ।