ସେମାନଙ୍କ ପାଠ ପଢା ଠିକା ଭାବରେ ହେଉଛି ନା କିଛି ଅସୁବିଧା ହେଉଛି ? ସେମାନେ ପ୍ରୋତ୍ସାହନ ପାଇ ପାରୁଛନ୍ତି ତ, ନାଁ ଆମ ପାଖରେ ନିଜ ନିଜ ସ୍କୁଲ ବିଷୟରେ ଜାଣିବାକୁ ସମୟ ନାହିଁ, ସାହାଯ୍ୟ କରିବା ଦୂରର କଥା। ତେବେ କିଛି ଜଣ ଏବେ ବି ଆମ ଭିତରେ ଅଛନ୍ତି, ଯେ ନିଜ ନିଜ କଲେଜକୁ ପଚାରିବାକୁ ଭୁଲି ନାହିନ୍ତି।
ଏହାର ଉଦାହରଣ ହେଉଛନ୍ତି ସମ୍ବଲପୁର ସହରର ଡାକ୍ତର ନାରାୟଣୀ ପଣ୍ଡା। ସେ ଏମିତି ଜଣେ ଛାତ୍ରୀ ଯେ ଶିକ୍ଷାର ମାନଦଣ୍ଡକୁ ବୁଝିଛନ୍ତି। ଶିକ୍ଷା କ’ଣ ତାର ବାର୍ତ୍ତା ସମାଜକୁ ଦେଇଛନ୍ତି। କେବଳ ଉଚ୍ଚଶିକ୍ଷିତ ହେଲେ କିଛି ହେବ ନାହିଁ। ସମାଜର ଉନ୍ନତି ପାଇଁ ଆମେ କ’ଣ କରୁଛେ ତାହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ।
ଦିନ ଥିଲା ସେ ଅଭାବ ଅନାଟନରେ ପାଠ ପଢିଥିଲେ। ଗଙ୍ଗାଧର ମେହେର କଲେଜର ଏହି ଛାତ୍ରୀ ଟ୍ରଷ୍ଠ ଫଣ୍ଡରୁ ମାସକୁ ୨୫ ଟଙ୍କା ଲେଖାଏଁ ସାହାଯ୍ୟ ପାଇ ସେ ପାଠ ପଢିଥିଲେ ଆଉ ଏବେ ସେ ଡାକ୍ତର। ଡାକ୍ତର ହେବା ପରେ ନିଜେ ପଢିଥିବା ଶିକ୍ଷାନୁଷ୍ଠାନ ଗଙ୍ଗାଧର ମେହେର କଲେଜକୁ ( ବର୍ତ୍ତମାନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ) ୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
ସେ ୧୯୫୩-୧୯୫୫ ଗଙ୍ଗାଧର ମେହେର କଲେଜରେ ପଢୁଥିଲେ। ଯେତେବେଳେ ସେ ମେଡିକାଲ କଲେଜ ଯାଇଥିଲେ ତାଙ୍କୁ ମାସକୁ କଲେଜର ଟ୍ରଷ୍ଠ ଫଣ୍ଡରୁ ୨୫ ଟଙ୍କା ଲେଖାଏଁ ସାହାଯ୍ୟ ହେଉଥିଲା। ଘରେ ବାପା ମନା କରୁଥିଲେ ସୁଦ୍ଧା ଅସୀମ ଶକ୍ତି ଦ୍ଵାର ସେ ପାଟ ପଢିଥିଲେ। ଆଉ ଜଣେ ସଫଳ ଡାକ୍ତର ହୋଇ ପାରିଛନ୍ତି। ତାଙ୍କୁ ସମୟ ନ ହେବାରୁ ସେ କଲେଜ ଆସିପାରୁ ନଥିଲେ। ତେବେ ସେ ଏବେ ସୁଯୋଗ ପାଇଥିବା କଥା କହିଛନ୍ତି। ସେ ଦେଇଥିବା ଟଙ୍କା ସେତେବେଳର ୨୫ ଟଙ୍କା ତୁଳନାରେ କିଛି ନୁହେଁ ବୋଲି କହିଛନ୍ତି ଡାକ୍ତର ନାରାୟଣୀ ପଣ୍ଡା।