ଦେଶର ପ୍ରଥମ ନାଗରିକ ହେବା ପରେ ଦେଶ ଉଦ୍ଦେଶ୍ୟରେ ପ୍ରଥମ ଅଭିଭାଷଣ ରଖିଥିଲେ ମୁର୍ମୁ । ଜୁହାର ଓ ନମସ୍କାର ଜଣାଇ ସମ୍ବୋଧନ କରିଥିଲେ । ଏହାସହ ମ୍ୟାଡମ ପ୍ରେସିଡେଣ୍ଟ କହିଛନ୍ତି ନୂଆ ଦାୟିତ୍ୱ ମୋ ପାଇଁ ବଡ ସୌଭାଗ୍ୟର ବିଷୟ । ସେ ଓଡିଆରେ ସନ୍ଥକବି ଭୀମ ଭୋଇଙ୍କର ଏକ କବିତା ଆବୃତ୍ତି କରିଥିଲେ । କହିଥିଲେ ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।
ଓଡିଆରେ ଏହା କହିବା ପରେ ସେ ହିନ୍ଦୀରେ ଏହାର ଅର୍ଥ ବୁଝାଇଥିଲେ । ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ । ଜଗତ କଲ୍ୟାଣର ଏହି ଭାବନା ସହିତ ମୁଁ ଆପଣଙ୍କ ପାଇଁ ସର୍ବଦା ନିଷ୍ଠାର ସହ କାର୍ଯ୍ୟ କରିବି । ଆସନ୍ତୁ ଆମେ ସମସ୍ତେ ଏକଜୁଟ ହୋଇ, ସମର୍ପତି ଭାବରେ କର୍ତ୍ତବ୍ୟ ପରାୟଣ ହୋଇ ଆଗକୁ ବଢିବା । ଆତ୍ମନିର୍ଭର ଭାରତର ନିର୍ମାଣ କରିବା । ଜୟ ହିନ୍ଦ...