ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ପ୍ରାୟ ୧୦ରୁ ଉର୍ଦ୍ଧ ପଞ୍ଚାୟତରେ ପିଇବା ପାଣି ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ୩ କିଲୋମିଟର ଚାଲି ଚାଲି ଯାଇ ନଦୀ ତଟ ନଳକୂପରୁ ପାଣି ଆଣୁଛନ୍ତି । ଅନ୍ୟପଟେ ବସୁନ୍ଧରା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ଅଛି କିନ୍ତୁ କାର୍ଯ୍ୟକାରୀ ନହୋଇ ପଡିରହିଛି ।
ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହାର କୌଣସି ସୁଫଳ ମିଳୁନି । ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ବୈତରଣୀ ନଦୀକୁଳରେ ଆମେ ବସବାସ କରୁଛ ଏଠାରେ କୌଣସି ଦିନ ପାନୀୟ ଜଳ ସମସ୍ୟା ଦେଖାଦେଇନଥିଲା କିନ୍ତୁ ଚଳିତ ବର୍ଷ ଜଳ ସମସ୍ୟା ଦେଖାଯାଉଛି।