ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ମଧ୍ୟ ଅନେକ ଖୁସି ଥିଲେ । କିନ୍ତୁ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ପାଇଁ ସାଧାରଣ ଲୋକେ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ପ୍ରତିବର୍ଷ ମରାମତ କି ନା ଏଠାକୁ ଆସୁଛି ଲକ୍ଷଲକ୍ଷ ଟଙ୍କା । କିନ୍ତୁ ଆଜି ଯାଏଁ ସଠିକ ମରାମତି ନହେବାରୁ ଲୋକେ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ବସୁଧା ଯୋଜନାର ବୋରୱେଲ୍ ଟି ଏକ ମାସରୁ ଉର୍ଦ୍ଧ୍ୱ ହେବ ଅଚଳ ହୋଇ ପଡ଼ିଥିବାରୁ ଶତାଧିକ ମହିଳା ଦୀର୍ଘ ଦୁଇ କିଲୋମିଟର ରାସ୍ତାରେ ଚାଲି ଚାଲି ଯାଇ ପାଣି ସଂଗ୍ରହ କରୁଥିବାର ଚିତ୍ର ଦେଖିବାକୁ ମିଳିଛି ।
ସରକାର ଅନେକ ସମୟରେ ବିକାଶର କଥା କହି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ କେତେ ବିକାଶ ହେଉଛି ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି । ପାଣି ସମସ୍ୟା ନେଇ ପଞ୍ଚାୟତର ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିଲା ନାହଁ । ତେଣୁ ନିକଟରେ ରଙ୍ଗାଡିହା ଓ ଭାଲୁବସାର ସମସ୍ତ ମହିଳା ଓ ପୁରୁଷ ଏକତ୍ରୀତ ହୋଇ ଗରା ବାଲ୍ଟି ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ଆଗକୁ ଏହାର ସ୍ଥାୟୀ ସମାଧାନ କରାନଗଲେ ବଡ ସାହି ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଦୁଇଟି ଗାଁର ଗ୍ରାମବାସୀ ଚେତାବନି ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...