ପୁଣି ଓଡ଼ିଶା ଆସୁଛି କି ପୋସ୍କୋ?
ବଲାଙ୍ଗୀର: ଗ୍ରୀଷ୍ମ ଆରମ୍ଭରୁ ପାନୀୟ ଜଳ ସମସ୍ୟା । ବଲାଙ୍ଗୀର କଣ୍ଟାବାଞ୍ଝିରେ ଉତ୍କଟ ହେବାରେ ଲାଗିଛି ଜଳ ସମସ୍ୟା । ଜଳ କଷ୍ଟ ଜନିତ ସମସ୍ୟାର ସମାଧାନ ପାଇଁ ବଙ୍ଗୋମୁଣ୍ଡା ବ୍ଲକ ସଦରର ୭ ଏବଂ ୮ ନଂମ୍ବର ୱାର୍ଡର ଲୋକେ ବିଡିଓଙ୍କ ଠାରେ ଦ୍ୱାରସ୍ଥ ହୋଇଥିଲେ ।
ବଙ୍ଗୋମୁଣ୍ଡାର ଏହି ୨ ୱାର୍ଡରେ ୨ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପାନୀୟଜଳର କୌଣସି ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ କରିଛନ୍ତି । ଏହି ୨ ୱାର୍ଡକୁ ଜଳ ଯୋଗାଣର ସ୍ଥାୟୀ ବ୍ୟବସ୍ଥା କରାଯିବା ପାଇଁ ଦାବି କରିବା ସହ ବର୍ତ୍ତମାନର ଅଭାବକୁ ଦୂରେଇବା ପାଇଁ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ ପାଇଁ ନିବେଦନ କରିଥିଲେ ।