କିଛି ସ୍ଥାନରେ ଲୋକମାନେ ଅଧ ଘଣ୍ଟା ପାଇଁ ଅପେକ୍ଷା ନକରି ଚାଲି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଏବେ ସ୍ୱାସ୍ଥ୍ୟ ବିଭାଗ ଏହି ଡ୍ରାଇଭ୍-ଇନ୍ ଟିକାକରଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଏହା ଉପରେ ପ୍ରତିକ୍ରିୟା ରଖିଛି ବିଏମସି। ଆଗାମୀ 22 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ଡ୍ରାଇଭ୍-ଇନ୍ ଟିକାକରଣ । 22 ତାରିଖ ପର ଠାରୁ ପୂର୍ବ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବ । ଯେଉଁମାନେ ପୂର୍ବରୁ 22 ତାରିଖ ଭିତରେ ଟିକା ପାଇଁ ସ୍ଲଟ ବୁକ କରିଛନ୍ତି ସେମାନେ ଡ୍ରାଇଭ୍-ଇନ୍ ଟିକା ନେଇ ପାରିବେ ।
୨୨ ଯାଏ ହେବ ଡ୍ରାଇଭ ଇନ ଭ୍ୟାକ୍ସିନ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍-ଇନ୍ ଟିକାକରଣ । ଏନେଇ ଗତକାଲି ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ଲେଖାଥିବା ସୂଚନା ମୁତାବକ, ଏହି ଡ୍ରାଇଭ୍-ଇନ୍ ଟିକାକରଣ କୋଭିଡ୍ ଟିକାକରଣ ନିୟମ ଉଲ୍ଲଘଂନ କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିୟମ ମୁତାବକ, କୋଭିଡ୍ ଟିକାକରଣ ସମୟରେ ପର୍ଯ୍ୟାପ୍ତ ଜାଗା, ଭ୍ୟାକ୍ସିନେସନ ରୁମ୍ ଏବଂ ଅପେକ୍ଷା ପାଇଁ ସ୍ୱତନ୍ତ୍ର କକ୍ଷ ରହିବା ଆବଶ୍ୟକ । ହେଲେ ଡ୍ରାଇଭ୍-ଇନ୍ ଭ୍ୟାକ୍ସିନେସନ ହେଲେ ଏହି ନିୟମର ଉଲ୍ଲଘଂନ ହେଉଛି ।
ଶଙ୍କରପୁରରେ ସିଏମସିର ଚଢଉ

କଟକ: ଅସ୍ଵାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ୍ । କଟକ ଶଙ୍କରପୁରରେ ଚଢଉ କଲା ସିଏମସିର ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ । ଘର ଆଗରେ ଡମ୍ପିଂ ୟାର୍ଡ ରହିଥିବାବେଳେ, ଘର ବାହାରେ ଚାଲିଛି ଗୁପଚୁପ୍ ତିଆରି । ଏହାସହ ଗୁପଚୁପ୍ ତିଆରି ବ୍ୟବହାର ହେଉଥିବା ପାଣି ଅତ୍ୟନ୍ତ ଅପରିସ୍କାର, ଗୁପଚୁପ ତିଆରି ହେଉଥିବା ତେଲ ମଧ୍ୟ ପୋଡା । ଏହାସହ ଗୁପଚୁପରେ ବ୍ୟବହା
Download Argus News App
