ଅଧିକ ପଢ଼ନ୍ତୁ: ଇଂରାଜୀରେ ଚିଠି ଦେଖାଇ ବୋକା ବନାଉଛନ୍ତି ସରକାର : ଡ୍ରାଇଭର ସଂଘ
ଏଥିରେ ସାମିଲ ହେବେ ୫ ଲକ୍ଷରୁ ଅଧିକ ଡ୍ରାଇଭର । ନିଜ ନିଜ ଅଞ୍ଚଳରେ ପ୍ରତିବାଦ କରିବେ ଡ୍ରାଇଭର ମାନେ। ତେବେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରାଛାତ୍ରୀ, ଆମ୍ବୁଲାନ୍ସକୁ ରୋକିବେ ନାହିଁ ଆନ୍ଦୋଳନକାରୀ। ଡ୍ରାଇଭର ସଂଘର ଦାବି ମଧ୍ୟରେ ପ୍ରମୁଖ ରହିଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରମାନଙ୍କ ପାଇଁ 20 ଲକ୍ଷ ଟଙ୍କା ବୀମା ରାଶି, ଦୁର୍ଘଟଣାରେ ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କାର ବୀମା ରାଶି। 55 ବର୍ଷ ପରେ ପେନସନ୍ ପ୍ରମୁଖ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
ଅନ୍ୟପଟେ ଆସନ୍ତାକାଲି ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ ଚଳାଚଳ କରିବ ବସ୍। ଏ ନେଇ ସୂଚନା ଦେଲା ଅଲ୍ ଓଡିଶା ଘରୋଇ ବସ ମାଲିକ ସଂଘ। ଅଲ୍ ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ କିଛି ଯେପରି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ପୋଲିସ୍ ଡିଜି ଏବଂ ଏଡିଜି ଆଇନ୍ ଶୃଙ୍ଖଳାଙ୍କୁ ଭେଟିଛି ସଂଘ।