ଅଧିକ ପଢନ୍ତୁ : ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ
ଏପଟେ ଭୁବନେଶ୍ବରର ବରମୁଣ୍ଡା ବସଷ୍ଟାଣ୍ଡର ବସ୍ ଗଡ଼ୁ ନ ଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଛନ୍ତି ଯାତ୍ରୀ । ବସ୍ ମାଲିକମାନେ ବି ଟେନସନରେ । ବସ୍ ଚାଲିବା ନେଇ ସେମାନଙ୍କର ବି ଚିନ୍ତା ବଢ଼ିଛି । ରାୟଗଡ଼ାରେ ବି ଷ୍ଟ୍ରାଇକ ଯୋଗୁଁ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବରଯାତ୍ରୀ ଗାଡ଼ିକୁ ଛାଡ଼ି ନାହାନ୍ତି ଆନ୍ଦୋଳନକାରୀ ଡ୍ରାଇଭର । ତେଣୁ ବାଧ୍ୟ ହୋଇ 28 କିଲୋମିଟର ଚାଲିଚାଲି ଯାଇଥିଲେ ବରଯାତ୍ରୀ । କଲ୍ୟାଣସିଂହପୁର ବ୍ଲକ, ସୁନାଖାଣ୍ଡି ପଞ୍ଚାୟତ ପାର୍ତିଗୁଦାରୁ ବରଯାତ୍ରୀ ଡିବାଲୁପାଡୁ ଯାଇଛନ୍ତି । ଫଳରେ ବାହାଘର ପାଇଁ ଦିନରେ ତିଥି ନିର୍ଘଣ୍ଟ ହୋଇଥିବା ବେଳେ ରାତିରେ ହୋଇଛି ବାହାଘର ।
ପନିପରିବା ବଜାରରେ ବି ଅନୁଭୂତ ହୋଇଛି ଷ୍ଟ୍ରାଇକ୍ ଇଫେକ୍ଟ । ମାର୍କେଟରେ ବାହାରୁ ଆସିଥିବା ପରିବା ପହଞ୍ଚୁ ନ ଥିବାରୁ ବାଇଗଣ, କଲରା, ପୋଟଳ ପରି ପରିବାର ଚଢ଼ା ଦର ଦେଖିବାକୁ ମିଳିଛି । ସମସ୍ତ ସାମଗ୍ରୀର ପରିବହନ ଉପରେ ନଜର ରଖିବା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ଟାକ୍ସଫୋର୍ସ ଗଠନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ୬ ଜଣିଆ ଟାକ୍ସଫୋର୍ସ ଗଠିତ ହୋଇଥିବା ବେଳେ 3 କଣ୍ଟ୍ରୋଲ ରୁମ ପାଇଁ ତିନିଟି ହେଲ୍ପ ଲାଇନ ନମ୍ବନ ମଧ୍ୟ ଦିଆଯାଇଛି । ସମସ୍ୟା ଉପୁଜିଲେ ୧୧୨, ୧୮୦୦୩୪୫୧୦୭୩, ୦୬୭୪-୨୩୯୩୬୪୪ ନମ୍ବର ଯୋଗାଯୋଗ କରାଯାଇପାରିବ । ସେହିଭଳି ଯୋଗାଣ ବିଭାଗ ମଧ୍ୟ ଦୁଇ ଅଧିକାରୀଙ୍କୁ ଏଥିପାଇଁ ନିଯୁକ୍ତି ଦେଇଛି । ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ବ୍ୟସ୍ତ ନ ହେବା ପାଇଁ ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।