ଉମରକୋଟର ଏକ ଘରୋଇ ସଂସ୍ଥା ପେଣ୍ଡ୍ରାଣୀ କୃଷକ ପ୍ରଡ୍ୟୁସ୍ କମ୍ପାନୀ ଏହି ଡ୍ରୋନ୍ କିଭଳି ବ୍ୟବହାର କରାଯାଏ ତାହାର ଡେମୋ ଦେଖାଇଛି । ଉମରକୋଟ ବ୍ଲକ ଲିମାଗୁଡ଼ା ଗ୍ରାମରେ ଏହା ପରୀକ୍ଷା ମୂଳକ ଭାବରେ ଉଡ଼ା ଯାଇଛି । ଏହି ଡ୍ରୋନ୍ ଏକର ଏକର ଜମିରେ କୀଟନାଶକ ସିଞ୍ଚନ ପାଇଁ ନେଉଛି ମାତ୍ର ୧୦ ମିନିଟ୍ ସମୟ । ଏଥିରେ ପାଣି କମ୍ ଖର୍ଚ୍ଚ ହେବା ସହ ଚାଷୀର ଶ୍ରମିକ ବାବଦକୁ ଲାଗୁଥିବା ଖର୍ଚ୍ଚ ଅଧା କମିଯାଉଛି । ଏହା ଧାନ, ମକା ସହ ପନିପରିବା ଚାଷରେ ବ୍ୟବହାର ହୋଇପାରିବ।
୫ ରୁ ୧୫ ଲିଟର କ୍ଷମତା ବିଶିଷ୍ଟ ଏହି ଡ୍ରନ କିଣିବା ପାଇଁ ୪୦ ରୁ ୫୦ ପ୍ରତିଶତ ସବସିଡି ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଅନ୍ୟପକ୍ଷରେ ଏହି ଡ୍ରୋନ୍ ବ୍ୟବହାର କଲେ ଚାଷୀ କମ୍ ସମୟରେ ଅଧିକ ଜମିରେ କୀଟନାଶକ ସିଞ୍ଚନ କରିବା ସହ ପାଣି ମଧ୍ୟ କମ୍ ବ୍ୟବହାର ହେବ ଓ ଶ୍ରମିକ ବାବଦକୁ ଖର୍ଚ୍ଚ ମଧ୍ୟ ବଳକା ହେବ ବୋଲି କହିଛନ୍ତି ଚାଷୀ । ତେବେ ଏହି ଡ୍ରୋନ ବ୍ୟବହାର କରିବା ପାଇଁ ଏବେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏଥି ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଚାଷୀ । କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚାଷୋପଯୋଗୀ ଯନ୍ତ୍ରାଂଶ ସୁଲଭ ମୂଲ୍ୟରେ ଚାଷୀଙ୍କୁ ଯୋଗାଇଦେବା ଫଳରେ ଚାଷ କାର୍ଯ୍ୟ ଅଧିକ ସୁଗମ ହୋଇ ପାରୁଛି । ଫଳରେ ଚାଷୀ ଅଧିକ ଦି ପଇସା ସଞ୍ଚୟ କରି ପାରିବେ ବୋଲି କହିଛନ୍ତି ଚାଷୀ।
ଆହୁରି ଓଡିଶା ଖବର ପଢନ୍ତୁ