Odisha Parba | ବିକାଶ ପାଇଁ ଓଡ଼ିଶାରେ ସବୁକିଛି ଅଛି
ମଦ ପିଇ ବସ୍ଷ୍ଟାଣ୍ତରେ ଗଡିଲେ ପ୍ରଧାନଶିକ୍ଷକ
ସମ୍ବଲପୁର: ମଦ ପିଇ ବସ୍ଷ୍ଟାଣ୍ତରେ ଗଡିଲେ ପ୍ରଧାନଶିକ୍ଷକ । ନିଶା ଏତେ ଜୋରରେ ଧରିଛି ଯେ ପ୍ରଧାନ ଶିକ୍ଷକ ଜଣଙ୍କ ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଛି । ସମ୍ବଲପୁର ସହରର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲ ୟୁନିଫର୍ମ ପିନ୍ଧି ମଦ ପିଇ ସରକାରୀ ବସ ଷ୍ଟାଣ୍ତରେ ଗଡୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ନିଶା ଅଧିକ ହୋଇଥିବାରୁ ସେ ପାଖ ଏକ ଦୋକାନ ବାରଣ୍ତାରେ ଅଚେତ ହୋଇ ପଡିଯାଇଥିଲେ । ତେବେ ତାଙ୍କ ସାଙ୍ଗମାନେ ତାଙ୍କୁ ଛାଡି ପଳାଇବାରୁ ସେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ନିଶାଶକ୍ତ ଅବସ୍ଥାରେ ପଡିରହିଥିଲେ । ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାରୁ ପିସିଆର ଭ୍ୟାନ ଆସି ତାଙ୍କୁ ଉଠାଇ ନେଇଥିଲା । ତେବେ ଅତ୍ୟଧିକ ମଦ ପିଇ ଥିବାରୁ ଏଭଲି ଅବସ୍ଥା ହୋଇଥିବା ଜଣାପଡିଛି ।
Download Argus News App
