କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍କଟ ରୂପ ନେବାକୁ ଯାଉଛି ପାନୀୟଜଳ ସଙ୍କଟ !
କୋରୋନା ପାଇଁ ଜେଲରୁ ମୁକୁଳିଲେ 2963 କଏଦୀ

ଅର୍ଗସ ବ୍ୟୁରୋ : ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କୋରୋନା ପାଇଁ ଜେଲରୁ ମୁକୁଳିଲେ କଏଦୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବିଭିନ୍ନ ଜେଲରୁ ୨ହଜାର ୯୬୩ଜଣ କଏଦୀଙ୍କୁ ରିଲିଜ କରାଯାଇଛି । ମାର୍ଚ୍ଚ ୨୦ରୁ ଏପ୍ରିଲ ୯ ମଧ୍ୟରେ ୨୯୬୩ କଏଦୀ ମୁକୁଳିଛନ୍ତି । ଜାମିନରେ ୨ହଜାର ୬୬୧ଜଣ ବାହାରିଥିବାବେଳେ ୯ କଏଦୀ ପାରୋଲର ଆସିଛନ୍ତି । ଏହା ବ୍ୟତୀତ ଅନ୍ୟ ବ୍ୟବସ୍ଥା ଜରିଆରେ ୨୯୩ଜଣ କଏଦୀଙ୍କୁ ଛଡାଯାଇଛି । ଜେଲ ବିଭାଗ DG ଏନେଇ ସୂଚନା ଦେଇଛନ୍ତି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ କଏଦୀ ମାନଙ୍କୁ ପାରୋଲ କିମ୍ବା ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯେଉଁ କଏଦୀମାନଙ୍କୁ ୭ବର୍ଷ କିମ୍ବା ତାଠାରୁ କମ ଦଣ୍ଡ ଦିଆଯାଇଛି ସେମାନେ ପାରୋଲ କିମ୍ବା ଅନ୍ତରୀଣ ଜାମିନରେ ଯାଇପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
Download Argus News App
