ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କଳକଳେଶ୍ୱର ପଞ୍ଚାୟତର ତାରିମି-ମଙ୍ଗଳାଯୋଡି ରାସ୍ତା କାମ ଅଧାପନ୍ତରିଆ ହୋଇ ପଡିରହିଛି। ଯାହାକି କାଳୁପଡାଘାଟ ରେଳ ଷ୍ଟେସନ ଠାରୁ ମଙ୍ଗଳାଯୋଡିକୁ ସଂଯୋଗ ହୋଇଛି। ରାସ୍ତା କାମ ଅଧାପନ୍ତରିଆ ଯୋଗୁଁ ଚଳପ୍ରଚଳ ପାଇଁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ନୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ମଙ୍ଗଳାଯୋଡି ଗ୍ରାମରୁ ତାରିମି ଗ୍ରାମକୁ ସଂଯୋଗ କରୁଥିବା ମାତ୍ର ଦୁଇ କିଲୋମିଟର ରାସ୍ତା ପାଇଁ ପୂର୍ତ୍ତ ବିଭାଗ ତରଫରୁ ଆଜକୁ ଦୀର୍ଘ ୫ ବର୍ଷ ପୂର୍ବେ ଆସିଥିବା ଅନୁଦାନ ପ୍ରାୟ ୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ରାସ୍ତା କାର୍ଯ୍ୟ ଆରମ୍ଭ ହେଲା ସତ ମାତ୍ର ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଯାହାକୁ ନେଇ ଅଞ୍ଚଳବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।