୫ ଟି ଶ୍ରେଣୀ ରେ ୧୧୧ ଜଣ ଛାତ୍ରୀ ପଢୁଥିଲା ବେଳେ ଜଣେ ମାତ୍ର ଶିକ୍ଷୟତ୍ରୀ ଅଛନ୍ତି। ଆଉ ଜଣେ ଶିକ୍ଷୟତ୍ରୀ ୪ ମାସ ହେବ ପ୍ରସବ କାଳୀନ ଛୁଟିରେ ଅଛନ୍ତି। ଜଣେ ଶିକ୍ଷୟିତ୍ରୀ ଥିବାରୁ ପାଠ ପଢା ସମ୍ପୁର୍ଣ୍ଣ ଠପ ହେଇଯାଇଥିବା ବେଳେ କେବଳ ମଧ୍ୟାହ୍ନ ଭୋଜନ କଥା ବୁଝିବା, ଅଫିସ କାମ ଓ ଛୁଆଙ୍କୁ ଜଗିବାରେ ସମୟ ଯାଉଛି। ସରକାରଙ୍କ ନିୟମ ମୁତାବକ ପ୍ରାଥମିକ ବିଦ୍ୟାଳୟ ରେ ୩୦ ଜଣ ପିଲା ପାଇଁ ଜଣେ ଶିକ୍ଷକ ରହିବା କଥା। ଏହି ଅନୁପାତକୁ ଦେଖିଲେ ବଡକମଣ୍ଡରା ପ୍ରାଥମିକ ବିଦ୍ୟାଳୟ ରେ ୪ ଜଣ ଶିକ୍ଷକ ରହିବା ଜରୁରି। ୧୧୦ ଛାତ୍ର ଛାତ୍ରୀ ଥିବା ସ୍କୁଲରେ ମାତ୍ର ଦୁଇଟି ଶ୍ରେଣୀ ଗୃହ ଥିବାରୁ ପିଲା ମାନେ ଠିକ ସେ ବସିବାକୁ ଜାଗା ମିଳୁନି। ସ୍କୁଲ ପରିସରରେ ଏକ ଅସୁରକ୍ଷିତ ଘର ଥିଲେ ମଧ୍ୟ ଭଙ୍ଗାଯାଉନି। ସ୍କୁଲ ପିଲା ୬ ଏକର ପରିମିତ ଏକ ବନ୍ଧ ହୁଡା ର କାଦୁଅ ରାସ୍ତା ଦେଇ ଅସୁରକ୍ଷିତ ଭାବେ ସ୍କୁଲକୁ ଯିବା ଆସିବା କରିଛନ୍ତି। ଆବଶ୍ୟକୀୟ ଶିକ୍ଷକ, ଶ୍ରେଣୀ ଗୃହ ଓ ସ୍କୁଲ କୁ କଙ୍କ୍ରିଟ ରାସ୍ତା ଯୋଗେଇ ଦେବାକୁ ବାରମ୍ବାର ପ୍ରଶାସନ ପାଖରେ ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହିଛନ୍ତି। ଶିଘ୍ର ସ୍କୁଲ ର ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ବଡକମଣ୍ଡରା ପ୍ରାଥମିକ ବିଦ୍ୟାଳୟଟି ୧୯୬୬ ମସିହାରେ ନିର୍ମିତ ହେଇଥିଲା। ବଡକମଣ୍ଡରା ଓ ସାନକମଣ୍ଡରା ଦୁଇ ଟି ଗ୍ରାମର ଛାତ୍ର ଛାତ୍ରୀ ଏଇ ସ୍କୁଲ ରେ ପଢୁଥିଲେ। ପରେ ସାନକମଣ୍ଡରା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ନିର୍ମିତ ହେଲା। ଏହା ଭିତରେ ବଡକମଣ୍ଡରା ସ୍କୁଲ କୁ ୫୬ ବର୍ଷ ହେଇଥିବା ବେଳେ ୨୦୧୬ ମସିହାରେ ଏହି ସ୍କୁଲ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି। କିନ୍ତୁ ଏବେବି ଶିକ୍ଷକ ଅଭାବ, ଶ୍ରେଣୀ ଗୃହ ଅଭାବ, କାଦୁଅ ରାସ୍ତା ଭଳି ବିଭିନ୍ନ ଅବ୍ୟବସ୍ଥା ଦେଇ ଚାଲିଛି।
Download Argus News App
