ଏହି ସମୟରେ ନଦୀର ତଳ ମୁଣ୍ଡରେ ଗୋରୁ ଚରାଉ ଥିବା ଦୁଇ ଆଦିବାସୀ ଯୁବକ ପ୍ରଦୀପ ମାଝୀ ଏବଂ ନାବି ମାଝୀ ଦେଖି ହଠାତ ନିଜ ଜୀବନକୁ ବାଜି ଲଗେଇ ପ୍ରଖର ସୁଅକୁ ଡେଇଁ ପଡିଥିଲେ । ସେମାନଙ୍କୁ ଉଦ୍ଧାର କରୁଥିବାବେଳେ ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ମଧ୍ୟ ଆସି ସମସ୍ତଙ୍କୁ ସହଯୋଗ କରି ନଦୀରୁ ଉଦ୍ଧାର କରିଥିଲେ । ତେବେ ଦୁଇ ଆଦିବାସୀ ଯୁବକଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଛି । ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।
ଆହୁରି ପଢନ୍ତୁ ଓଡିଶା ଖବର...