ଘର
ଓଡ଼ିଶା
ଜଳ ଯୋଗାଣରେ ଅହେତୁକ ବିଳମ୍ବ ଯୋଗୁଁ ବଢିଥିଲା ଚାଷୀଙ୍କ କଷ୍ଟ
ଜଳ ଯୋଗାଣରେ ଅହେତୁକ ବିଳମ୍ବ ଯୋଗୁଁ ବଢିଥିଲା ଚାଷୀଙ୍କ କଷ୍ଟ
by Rashmita Mishra
ଅର୍ଗସ ବ୍ୟୁରୋ: ଚାଷ ଜମିକୁ ପହଞ୍ଚିଲା ପାଣି । ଚାଷୀ ଖୁସ୍ । ବିଜେଡି ସରକାରବେଳେ ଖାଲି ପ୍ରକଳ୍ପରେ ଅଟକି ରହିଥିଲା ଜଳ ଯୋଗାଣ । ବିଜେପି ସରକାର ଆସିବାର 4 ମାସରେ ତାର ସମାଧାନ କରିଛି ।.. ଆମେ କହୁଛୁ ବହୁ ପ୍ରତୀକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଙ୍କିଆ ପଞ୍ଚାୟତର ଘଟକେଶ୍ବର ଡ୍ୟାମ୍ କଥା । 2021 ମସିହା ଡିସେମ୍ବର ମାସରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଫେବୃୟାରୀ ମାସ ୨ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ସୁଦ୍ଧା ଜଳ ଯୋଗାଣ ହୋଇପାରିନଥିଲା ।... ଯାହାକି ନୂଆ ସରକାର ଆସିଵା ପରେ ଘଟକେଶ୍ବର ଡ୍ୟାମରୁ ଚାଷ ଜମିକୁ ପାଣି ଛଡାଯାଇଛି । ଡ୍ୟାମର ଜଳଧାରଣ କ୍ଷମତା ୮୬୦ ହେକ୍ଟ ମିଟର ରହିଥିବାବେଳେ ୭୧୦ ହେକ୍ଟର ଚାଷ ଜମିକୁ ଜଳଯୋଗାଣ କରାଯାଇପାରିବ । ଡ୍ୟାମର ୨୬୬ ମିଟର ଲମ୍ବ ରହିଥିବାବେଳେ ଉଚ୍ଚତା ୪୦ ମିଟର । ଡ୍ୟାମର ୯୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଅଣ୍ଡର ଗ୍ରାଉଣ୍ଡ ପାଇପ ଲାଇନ୍ କାମ ୧୦ ପ୍ରତିଶତ କାମ ବାକି ରହିଛି । ଚଳିତ ମାସରେ ସମସ୍ତ କାର୍ଯ୍ୟ ଶେଷ ପରେ କୁକୁଡ଼ାଖଣ୍ଡି ବ୍ଳକର ସମସ୍ତ ପଞ୍ଚାୟତ ଏବଂ ବ୍ରହ୍ମପୁର ସହରର କିଛି ଅଞ୍ଚଳକୁ ୧୦ MLD ପାଣି ଯୋଗାଣ କରାଯିବ କହିଛନ୍ତି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ।
ତେବେ କିଭଳି ଚାଲିଛି ଘଟକେଶ୍ବର ଡ୍ୟାମ୍ ଗତ କିଛିଦିନ ତେଳେ ତାହା ବୁଲି ଦେଖିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ।.... ପ୍ରାୟ ୨୯୦ କୋଟି ଟଙ୍କାରେ ପ୍ରକଳ୍ପ ହୋଇଥିବା ବେଳେ କ୍ଷମତା ଦେଖି ଅଧିକ ଜଳଯୋଗାଣ ବୃଦ୍ଧି କରାଯିବା ନେଇ ପଦକ୍ଷେପ ନିଆଯିବ କହିଛନ୍ତି ପରିବହନ ମନ୍ତ୍ରୀ ଓ ଦିଗପହଣ୍ଡି ବିଧାୟକ ।
ଜଳସେଚନ ନାଁରେ ଧୋକା ଦେଇଥିଲା 24 ବର୍ଷର ବିଜେଡି ସରକାର । ନାଁକୁ ପ୍ରକଳ୍ପ ଉଦଘାଟନ କରି ପାଣିର ଦେଖା ନଥିଲା । ଯାହାକି ବିଜେପି ସରକାର ଆସିବାର 4 ମାସରେ ଜଳସେଚନ ସୁବିଧା ଲାଗି ଖୋଲିଲା ବାଟ ।