ଆପଣ ମାନେ ଦେଖନ୍ତୁକି ଭଳି ଗୋଦାମ ରେ ଧାନ ମହଜୁଦ ଅଛି ଏବଂ ଆନ୍ଦ୍ର ଚାଲନ୍ ହେବା ପାଇଁ ଟ୍ରକ ଲୋଡ଼ ହେଉଛି। ମିଲର, ସରକାରଙ୍କର ମଧୁଚନ୍ଦ୍ରିକା ନ ଥିଲେ ଏଭଳି ଦିନ ଦୁଇପ୍ରହର ରେ ଧାନ ଚାଲନ୍ ହୋଇ ପାରିବକି।
ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଦିନ ଦୁଇପ୍ରହରରେ ଆନ୍ଧ୍ର ଚାଲାଣ ହେଉଛି ଧାନ

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାର ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁ ଯୋଗାଣ ବିଭାଗର ଆଖି ଥାଇ ଅନ୍ଧ ସାଜିବାରୁ ମଣ୍ଡିରେ ଘୋର ଅବ୍ୟବସ୍ଥା ଯୋଗୁ ଚାଷୀ ଧାନ ଦେଇପାରୁନାହିଁ। ଚାଷୀ ବାଧ୍ୟ ହୋଇ ବେପାରିକୁ ସରକାରୀଙ୍କ ଧାର୍ଯ୍ୟ ମୂଲ୍ୟଠୁ କମରେ ବିକୁଛନ୍ତି। ଏହି ଧାନ ଚଢା ମୂଲ୍ୟରେ ଆନ୍ଦ୍ର ଚାଲନ ହେଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲାର କଟକସଦର ବ୍ଲକ ଅନ୍ତର୍ଗତ ଷୋମପୁର ପଞ୍ଚାୟତର ତେଲଦିଆ ବଜାରରେ।
Download Argus News App
