ଗ୍ରାମବାସୀ ଓ ବିଏମସି ମଧ୍ୟରେ ହୋଇଥିବା ନିଷ୍ପତ୍ତିକୁ ବିଏମସି ମାନୁ ନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ ସହ ଗ୍ରାମବାସୀ ରାସ୍ତାରୋକରେ ସାମିଲ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ରାସ୍ତାରୋକ ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଶାଖାପାଟଣାରୁ ବିଆଇଓ ମାଇନିଂ ମେସିନ ସାମଗ୍ରୀ ନେଇ ଆସିଥିବା 5ଟି ଟ୍ରଲର ମଧ୍ୟରୁ 3ଟି ଟ୍ରଲରକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଏହାସହ ଗ୍ରାମବାସୀ ବିଆଇଓ ମାଇନିଂ ପାଇଁ ହୋଇଥିବା କ୍ୟାମ୍ପରେ ତାଲା ପକାଇଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।