ଅର୍ଗସ ବ୍ୟୁରୋ : ବାଲେଶ୍ଵର ଜଳେଶ୍ଵର ଶିଖରପୁର ଅଂଚଳରେ ନକଲି ଡାକ୍ତର ଅଭିଯୋଗ । ଡାକ୍ତର ବାବୁଙ୍କ ବେକରେ ପଡ଼ିଛି ଷ୍ଟେଥୋସ୍କୋପ, ଆଉ ଡାକ୍ତରଙ୍କ ପୋଷାକରେ ପରିଧାନ କରିଛନ୍ତି ମହାଶୟ । ଏ ହେଉଛନ୍ତି ଜଳେଶ୍ଵର ଅଂଚଳର ତଥା ଅତ୍ମଘୋଷିତ ଡାକ୍ତର ଡ.ଏସ ସି ପାତ୍ରା । ତାଙ୍କ ଘର ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଧିନସ୍ତ ସୋଲପଟା ଅଂଚଳରେ ।
ସେ ଅଲ୍ଟ୍ରାନେଟିବ ମେଡିକାଲ କୋର୍ସ କରି ସ୍ଵାସ୍ଥ୍ୟକେନ୍ଦ୍ର ଖୋଲି ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି । ଜଳେଶ୍ଵର ବ୍ଲକ ଶିଖରପୁର ଉପ ସ୍ଵାସ୍ଥ୍ୟକେନ୍ଦ୍ରଠୁ ମାତ୍ର 500 ମିଟର ଦୂରରେ ରହିଛି SR HEALTH CENTER । ଦିନେ କି ଦୁଇଦିନ ନୁହେଁ ୨ବର୍ଷ ଧରି ଚାଲିଛି ଏହି ସ୍ଵାସ୍ଥ୍ୟ କେନ୍ଦ୍ର ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।