ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜାଲ ଚିକିତ୍ସକଙ୍କୁ ତୁରନ୍ତ ଠାବ କରିବା ସହ ଆଇନଗତ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିପରି ସବୁ ଡାକ୍ତରଙ୍କ ତଥ୍ୟ ଅନ୍ ଲାଇନରେ ଉପଲବ୍ଧ ହେବା ଦିଗରେ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଫେବୃୟାରୀ ୨୦ ସୁଦ୍ଧା ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି ।
ରାଜ୍ୟରେ ଶହ ଶହ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ଏହାର ସୁଯୋଗ ନେଇ ନେଉଛନ୍ତି ନକଲି ଡାକ୍ତର । ବିଧାନସଭା ତଥ୍ୟ କହୁଛି ରାଜ୍ୟରେ ମୋଟ ୮୭୫୦ ଡାକ୍ତ ପଦବି ଥିବା ବେଳେ 3792 ପଦବୀ ଖାଲି ପଡିଛି । ଅର୍ଥାତ 43 ପ୍ରତିଶତ ଡାକ୍ତର ପଦ ଖାଲି ପଡିଛି । ଅନୁମତି ନ ନେଇ ଦୀର୍ଘ ଦିନ ଛୁଟିରେ ରହିବା ଓ ବଦଳି ପରେ କାର୍ଯ୍ୟରେ ଯୋଗ ନ ଦେବା ଡାକ୍ତରଙ୍କ ସଂଖ୍ୟା 111 । ବଡ କଥା ହେଉଛି ଅଧିକାଂଶ ସବଡିଭିଜନ ଓ ଜିଲ୍ଲାସ୍ତରୀୟ ଡାକ୍ତରଖାନା ରେ ନାହାଁନାହାଁନ୍ତି ବିଶେଷଜ୍ଞ ଡାକ୍ତର । 2737 ବିଶେଷଜ୍ଏଞ ପଦରୁ 13 51 ଅର୍ଥାତ ପାଖାପାଖି 50 ପ୍ରତିଶତ ବିଶେଷଜ୍ଞ ନାହାଁନ୍ତି । ଏପରି ସ୍ଥିତିରେ ଦେଶର ମାତୃ ମୃତ୍ୟୁ ହାର କମୁଥିବା ବେଳେ ଓଡିଶା ରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରହିବା ଚିନ୍ତା ବଢ଼ାଇଛି ।
ସୁବର୍ଣ୍ଣପୁର ବିରମହାରାଜପୁରରେ ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ଜୀବନ ଯିବା ଘଟଣା ଚର୍ଚ୍ଚାର ବିସୟ ପାଲଟିଥିଲା । ସେହିପରି ଜଳେୱ୍ର ଶିଖରପୁର ଓ ଖଲିକୋଟର ଦାନପୁର ଠାରେ ନକଲି ଡାକ୍ତର କ୍ଲିକ ଖୋଲି ରୋଗୀ ସେବା କରିବା ଘଟଣା ସାମ୍ନାକୁ ଆସିଛି ।