ତେବେ ନକଲି ମେଡିସିନ୍ ବିକୁଥିବା ବେପାରୀଙ୍କ ବିରୋଧରେ ହେବତ କାର୍ଯ୍ୟାନୁଷ୍ଠାନ । ଟ୍ରାକ୍ ରେକର୍ଡକୁ ନେଇ ଉଠୁଛି ପ୍ରଶ୍ନ । 2007ରେ ବଲାଙ୍ଗୀର କଣ୍ଟାବାଞ୍ଛିରୁ ଜବତ ହୋଇଥିଲା ବହୁ ପରିମାଣର ନକଲି ଔଷଧ । କିଙ୍ଗପିନ୍ ଶଙ୍କର ଅଗ୍ରୱାଲ୍ ଗିରଫ ବି ହେଲେ । 2007ରେ ହେଲା କେସ୍, ଶୁଣାଣି ଆରମ୍ଭ ହେଲା 2015ରେ । ଶଙ୍କରଙ୍କ ବିରୋଧରେ କଣ ଆକସନ୍ ହେଲା ରାଜ୍ୟବାସୀ ଏବେ ବି ଅନ୍ଧାରରେ। ସେତେବେଳ ସ୍ବାସ୍ଥ୍ୟମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ 2007 ଫେକ ମେଡିସିନ କାରବାର ନେଇ ଅସହାୟତା ପ୍ରକାଶ କରିଥିଲେ । ସେତେବେଳର ସ୍ବାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି କିଏ ଔଷଧ କରୁଛି କଣ କରୁଛି କିଛି ନା ତାଙ୍କ ପାଖରେ ଖବର ଅଛି ନା ତାଙ୍କ ବିଭାଗ ପାଖରେ ।
ସେଥିପାଇଁ ନକଲି ଓ ଭେଜାଲ୍ ମେଡିସିନ୍ କାରବାର ହେଉଥିବା ସେ ଉଲ୍ଲେଖ କରିଛନ୍ତି । ତା ସହିତ ଔଷଧ କଂପାନୀମାନଙ୍କୁ ମେଡିସିନ ଲଞ୍ଚ କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଅନୁମତି ନେବା ନେଇ ନିର୍ଦ୍ଦେଶ ଦିଆଯାଉ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଲେଖିଛନ୍ତି । ହେଲେ 15 ବର୍ଷ ପରେ ବି ସ୍ଥିତି ବଦଳିଲାନି । ଗତବର୍ଷ ଜୁନରେ ନକଲି କୋଭିଡ୍ ମେଡିସିନ୍ କାରବାରରେ ଗିରଫ ହୋଇଥିବା କଟକର ଶିବ ଜେନାବି ଏବେ ଜେଲରେ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।