ଅଭିଯୁକ୍ତ ଦୁଇ ଜଣ ହେଲେ ବିହାର ଗୟା ନିବାସୀ ଆଲୋକ ମିଶ୍ରା ଏବଂ ବିହାର ରାଞ୍ଚିJ ହାରିସ କୁମାର । ଏହି ଦୁଇ ଅଭିଯୁକ୍ତଙ୍କର ରହିଛି ଦୁଇଟି ଫାର୍ମ। ସବୁଠାରୁ ବଡ଼ କଥା ହେଲା ଦୁଇ ଅଭିଯୁକ୍ତ ଚଲାଇଥିବା ଦୁଇ ଫାର୍ମ ବାଲାଜି ଟ୍ରେଡର୍ସ ଆଉ ବାଲାଜି ଡ୍ରଗ ଏଜେନ୍ସି ନାଁରେ ନା ଅଛି କୌଣସି ଲାଇସେନ୍ସ ନା କୌଣସି କାଗଜ ପତ୍ର ।
ଗୟା ଯାଇଥିବା କମିଶନରେଟ ପୋଲିସ ଟିମ ସହ ସାଙ୍ଗରେ ଥିଲେ ଡ୍ରଗ୍ସ କଣ୍ଟ୍ରୋଲର ଟିମ। ଗୟା ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢାଉ କରି ଛାନଭିନ କଲାପରେ ଧରାପଡିଛନ୍ତି ଦୁଇ ଜଣ ଅଭିଯୁକ୍ତ । ସବୁଠାରୁ ବଡ଼ କଥା ଦୁଇ ଅଭିଯୁକ୍ତ ଫେକ ଲାଇସେନ୍ସରେ ଚଲାଇଥିବା ଫାର୍ମା କମ୍ପାନୀ ମଧ୍ୟ ଅନ୍ୟଠାରୁ ଏହି ନକଲି ଔଷଧ ଆଣି ବ୍ୟବସାୟ କରୁଥିଲେ । ତେଣୁ ଏବେ ବି ଏହି ନକଲି ଔଷଧ ନିର୍ମାତାର ଟେର ପାଇନି କମିଶନରେଟ ପୋଲିସ ।
ଡିସିପଙ୍କ କହିଛନ୍ତି ନକଲି ମେଡ଼ିସିନ କାରବାର ଘଟଣାରେ ବହୁତ ବଡ଼ ସିଣ୍ଡିକେଟ କାମ କରୁଛି। କେଉଁ ପର୍ଯ୍ୟନ୍ତ ଲମ୍ବିଛି ନକଲି ଔଷଧର ସାମ୍ରାଜ୍ୟ ? କେଉଁଠି ରହିଛି ଲୁଟ୍ ? କେଉଁ ମାନଙ୍କ ସହ ରହିଛି ଲିଙ୍କ୍ ? ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିପାରିବ ତ ପୋଲିସ ?