ତେବେ ଗିରଫ ହୋଇଥିବା ଏହି ଦୁଇ ଜଣ ନକଲି ଔଷଧ ଷ୍ଟକିଷ୍ଟ ଥିଲେ । ତେବେ ଉତ୍ପାଦକଙ୍କ ନିକଟରେ ଖୁବଶୀଘ୍ର ପହଞ୍ଚିବା ପାଇଁ ପୋଲିସ ଚେଷ୍ଟା କରୁଛି । ବର୍ତ୍ତମାନ ମାର୍କେଟରେ ଥିବା ଅନେକ ନକଲି ଔଷଧକୁ ଜବତ କରାଯାଇଛି । ତଦନ୍ତ ଆହୁରି ଜୋରଦାର କରାଯାଉଛି ବୋଲି ଡିସିପି କହିଛନ୍ତି ।
ନକଲି ମେଡ଼ିସିନ ର ମୂଳ ଯାଏ ପହଞ୍ଚିବା କୁ ଚେଷ୍ଟା କରୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଏହି ଘଟଣା ରେ 4 ଜଣ ଗିରଫ ହୋଇଥିବା ବେଳେ ଆଗକୁ ଗିରଫ ଦାରୀ ସଂଖ୍ୟା ବଢିପାରେ ବୋଲି କଟକ ଡ଼ିସିପି ସୂଚନା ଦେଇଛନ୍ତି ।