କଟକ: କଟକରୁ ନକଲି ଓ ଅପମିଶ୍ରିତ ସାମଗ୍ରୀ ଜବତ ଘଟଣା । କିଛିଦିନ ପୂର୍ବରୁ ଅପମିଶ୍ରିତ ଡାଲି ଓ ନକଲି ଜର୍ଦ୍ଦା ଜବତ କରାଯାଇଥିଲା । ଏହାକୁ ପୋତି ନଷ୍ଟ କରିଛି ପୋଲିସ । ମାଲଗୋଦାମର ଦୁଇଟି ଦୋକାନରୁ ଅପମିଶ୍ରିତ ଡାଲି ଓ ଜଗତପୁର ଅଞ୍ଚଳରୁ ନକଲି ଜର୍ଦ୍ଦା ଜବତ କରାଯାଇଥିଲା । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲଗୋଦାମ ଓ ଜଗତପୁର ପୋଲିସ ଜଗତପୁର ଠାରେ ଥିବା ଏକ ସରକାରୀ ଜାଗାରେ କଟକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପୋତି ନଷ୍ଟ କରିଛନ୍ତି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବ ମୁଖ୍ୟମନ୍ତ୍ରୀ । ବିଜେପି ଶିବିରରେ ଚାଲିଛି ମାନସମନ୍ଥନ । ଏହାରି ମଧ୍ୟରେ 3 ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ବିଜେପି । ଛତିଶଗଡ ପାଇଁ 3 ପର୍ଯ୍ୟବେକ୍ଷକ ଘୋଷଣା ହୋଇଛନ୍ତି । ଅର୍ଜୁନ ମୁଣ୍ଡା, ଦ୍ରୁଷ୍ୟନ୍ତ ଗୌତମ, ସର୍ବାନନ୍ଦ ସୋନୱାଲଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ ପାଇଁ ମନହୋରଲାଲ ଖଟ୍ଟର, କେ.ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ତିନି ରାଜ୍ୟ ପାଇଁ ଅନେକ ଦାବିଦାର ରହିଥିବାବେଳେ ଏହି ପର୍ଯ୍ୟବେକ୍ଷକମାନେ ବିଧାୟକମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏହି 3 ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ସ୍ପଷ୍ଟ ହେବ ।
ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଅନୁଗୁଳରେ ପୁଣି ହାତୀ ଆତଙ୍କ । ୨ ଜଣଙ୍କୁ ଦଳି ମାରିଲା ହାତୀ । ଅନୁଗୁଳ ବନଖଣ୍ଡ ଛେଳିଆପଡା ବୁଢାପଦ ସାହିରେ ଅଇଁଠୁ ସାହୁଙ୍କ ହାତୀ ଆକ୍ରମଣରେ ଜୀବନ ଯାଇଥିବା ବେଳେ ଶାବଳଭଙ୍ଗା ଗାଁର ଗୁରୁ ନାୟକଙ୍କ ମଧ୍ୟ କଚାଡ଼ି ମାରିଛି ହାତୀ । ଗତକାଲି ରାତିରେ ଉଭୟ ହାତୀ ହାବୁଡ଼ରେ ପଡ଼ିବା ସହ ପ୍ରାଣ ହରାଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କ୍ଷତିପୂରଣ ସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଦାବି କରି ରାସ୍ତାରୋକ କରିଛନ୍ତି ଲୋକେ । ବନ ବିଭାଗର ପ୍ରତିଶ୍ରୁତି ପରେ ସରଧାପୁରରେ ବନ୍ତଳା-ଅନୁଗୁଳ ମୁଖ୍ୟ ରାସ୍ତାରୁ ହଟିଛନ୍ତି ଲୋକେ ।
ତେବେ ଛେଳିଆପଡା ଗାଁରେ ସମାନ ଦାବି ନେଇ ଏବେ ବି ଆନ୍ଦୋଳନ ଜାରି ରହିଛି । ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅନୁଗୁଳ ଜିଲ୍ଲାରେ ବାରମ୍ବାର ଲୋକେ ହାତୀ ଆକ୍ରମଣର ଶିକାର ହେଉଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବନ ବିଭାଗ । ହାତୀ ଆକ୍ରମଣରେ ପ୍ରତିବର୍ଷ ଜିଲ୍ଲାରେ ଶତାଧିକ ଲୋକଙ୍କର ଜୀବନ ଯାଉଛି। କିଛି ଦିନ ମଧ୍ୟରେ କେବଳ ଅନୁଗୁଳ ବ୍ଲକରେ ୩୦ରୁ ଅଧିକ ଜୀବନ ଗଲାଣି । ହାତୀ ପଲ ଚାଷ ଉଜାଡ଼ି ଦେବା ସହ ଜୀବନ ସହ ଜୀବିକା ବି ବିପନ୍ନ ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: