କାଠଯୋଡ଼ିର ଦେବୀଗଡ଼ାରେ 170ଟି ମେଢ଼ ବିସର୍ଜନ କରାଯିବାକୁ ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମେଢ଼ ଶାନ୍ତି ଶୃଙ୍ଖଳାର ସହିତ ବିସର୍ଜିତ ହୋଇଛନ୍ତି । କଟକରେ କାଭାଁ କେତୋଟି ସ୍ଥାନରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଥିବା ବେଳେ, ମୋଟାମୋଟି ଭାବେ ସହରରେ ଶାନ୍ତିଶୃଙ୍ଖଳାର ସହ ଭସାଣି ଶୋଭାଯାତ୍ରା ଶେଷ ହୋଇଛି ବୋଲି କହିଛନ୍ତି କଟକ ଡିସିପି । ଦୁଇ ବର୍ଷ ପରେ ମାଆଙ୍କ ଭସାଣି ଦେଖି ନିଜକୁ ଧନ୍ୟ ମନେ କରିଛନ୍ତି ଶ୍ରଦ୍ଧାଳୁ ।
ମାଆଙ୍କ ଭାସାଣି ଶେଷ ହବା ପରେ ମଧ୍ୟ ଆଜି ଦେବୀଗଡ଼ାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ଲୋକ ଦେବୀଗଡ଼ାକୁ ଆସି ମାଆଙ୍କ ଶେଷ ଦର୍ଶନ କରିବା ସହ ପାରମ୍ପାରିକ ସାମଗ୍ରୀ କଣିଥିଲେ । କୁଲା, ବାଉଁସିଆ, ଟୋପି, ଡାଲା, ଵିଞ୍ଚଣା ଏଭଳି ବହୁ ଘରକରଣା ସାମଗ୍ରୀ ମିଳିଥାଏ ଦେବୀଗଡ଼ାରେ । କଟକ ତଥା ଆଖପାଖ ଅଞ୍ଚଳର ଲୋକମାନେ ବର୍ଷ ତମାମ ଅପେକ୍ଷା କରିଥାନ୍ତି ଦେବୀଗଡାରୁ ଏହି ଘରକରଣା ଜିନିଷ ନେବା ପାଇଁ । ତେବେ ଲଘୁଚାପ ଜନିତ ବର୍ଷା ପାଇଁ ଫିକା ପଡିଛି ବ୍ୟବସାୟ । ଆଶା କରି ବହୁ ସାମଗ୍ରୀ ଧରି ଦୂର ଦୂରାନ୍ତରୁ ଆସିଥିବା ବ୍ୟବସାୟୀ ଚଳିତ ବର୍ଷ ନିରାଶ ହୋଇଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।