ଭୁବନେଶ୍ବର ଭଳି କଟକରେ ବି ବେଶ୍ ଧୁମଧାମରେ ମାଆଙ୍କ ପୂଜା ହେଉଛି । ମହାସପ୍ତମୀରେ ନବପତ୍ରିକା ପୂଜା ସହିତ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ଚକ୍ଷୁ ଦାନ କରାଯାଇଛି । ଆଉ ଏହି ନବପତ୍ରିକା ପୂଜା ସହ ମାଆଙ୍କ ପୂଜା ସମ୍ପାଦନ ହୋଇଥାଏ । କାଠଯୋଡୀ ନଦୀର ଦେବୀଗଡାରୁ ଘଟ ପୂଜା ହୋଇ ଆସିବା ପରେ ମାଆଙ୍କ ପାଖରେ ଘଟ ସ୍ଥାପନ କରାଯାଇ ନବପତ୍ରିକା ପୂଜା ସହିତ ମାଙ୍କୁ ଆବାହନ କରାଯାଇଥିଲା । ଏହିଠାରେ ସ୍ଥାପିତ କଳସ ପୂଜା ହେବା ପରେ ମୃଣ୍ମୟ ମୂର୍ତ୍ତିରେ ମାଙ୍କୁ ଚକ୍ଷୁ ଦାନ କରି ଆରମ୍ଭ ହୋଇଥିଲା ପୂଜା ।
ସପ୍ତମୀରେ କେତେକ ପୂଜା ମଣ୍ଡପରେ ପରମ୍ପରା ମୁତାବକ କଖାରୁ ବଳି ଦିଆଯାଇଛି । ଚୌଧୁରୀବାଜର ପୂଜା ମଣ୍ଡପରେ ସୁନା ରୁପା ଅଳଙ୍କାରରେ ଝଲସୁଛନ୍ତି ମାଆ ଦୁର୍ଗା । ସେପଟେ କଟକର ସର୍ଵ ପୁରାତନ ଶକ୍ତି ପୀଠ ଗଡ଼ଚଣ୍ଡୀ ମନ୍ଦିରରେ ମହାମାୟାଙ୍କ ମହାଷ୍ଟମୀ ଥିବାରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଖାସ କରି ଅଷ୍ଟମୀରେ ମା’ଙ୍କ ପାଖରେ ମହିଳାମାନେ ବ୍ରତ ପୂଜା କରିଛନ୍ତି । ମାଆ ଗଡ଼ଚଣ୍ଡୀ ଆଜି ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି । ସେପଟେ ଆଜି ମାଆ କଟକ ଚଣ୍ଡୀ ମହାକାଳୀ ବେଶରେ ସଜିତ ହୋଇଛନ୍ତି ।