ଲୋକଙ୍କ ମନ ପସନ୍ଦ ଟ୍ରେଣ୍ଡି ଷ୍ଟାଇଲର କପଡା ହେଉ କି ଝୋଟ କିମ୍ବା କାଠରେ ତୋରଣକୁ ସଜା ଯାଉଛି । କିନ୍ତୁ ଓଡ଼ିଆ କାରୀଗର କାହିଁକି ଏ କାମରେ କମ କଳା ପ୍ରଦର୍ଶନ କରିଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି । ସେପଟେ ଓଡ଼ିଶା ରେ ୨୨ ବର୍ଷ ଧରି ଜଣେ ବଙ୍ଗାଳି କାରୀଗରଙ୍କ କହିବା କଥା ଓଡ଼ିଆ କାରିଗର ବେଶ ନିଖୁଣ, କିନ୍ତୁ ଅନ୍ୟ ରାଜ୍ୟରେ କାରିଗର ମାନେ ଗୋଟେ ନୁହେଁ ହଜାରେ ଡିଜାଇନ ଜାଣନ୍ତି ସେଥିପାଇଁ ଲୋକଙ୍କ ମନକୁ ଛୁଇଁଯାଏ ।
ମା' ଙ୍କୁ ସୁନା, ରୁପା ଅଳଙ୍କାରରେ ସଜେଇବା ପାଇଁ ବିଭିନ୍ନ ପୂଜା କମିଟି ମଧ୍ୟ ବେଶ ପ୍ରସ୍ତୁତ ହେଲେଣି । ରାଜଧାନୀରେ ଅନେକ ଜାଗାରେ ଅଯୋଧ୍ୟା ରାମ ମନ୍ଦିର ଭଳି ତୋରଣ, ପୋଲିସ କମିଶନରେଟ ଅଫିସ ଭଳି ତୋରଣ ମଧ୍ୟ ହୋଇଛି । ଭିଏସଏସନଗରରେ କମିଶନରେଟ ପୋଲିସ ଅଫିସ ଭଳି ତୋରଣ ସଜାଯାଇଛି । କମିଟିର ସାଧାରଣ ସମ୍ପାଦକଶୀତଳ ଚନ୍ଦ୍ର ମହାନ୍ତି କହିଛନ୍ତି ଏଠାରେ ସବୁବେଳେ ଓଡ଼ିଆ, ଓଡିଶା ସମ୍ବନ୍ଧୀୟ କାରୁକାର୍ଯ୍ୟ ଏହି ତୋରଣରେ ଛାପ ଦିଆଯାଏ । ଏହା ଦିଆଯିବା ମଧ୍ୟ ଜରୁରୀ ।
କେବଳ ପ୍ରତିଯୋଗିତା ପାଇଁ ଟଙ୍କା ଖର୍ଚ୍ଚ କରି ଲାଭ ନାହିଁ । ସେପଟେ ଟେଣ୍ଟ ହାଉସ ମାଲିକ ମାନେ ତାଙ୍କର୍ ସବୁ କର୍ମୀ ବଙ୍ଗାଳି, ଓ ଅନ୍ୟ ରାଜ୍ୟର ରଖୁଛନ୍ତି । ତେଣୁ ସେମାନଙ୍କ ହିସାବରେ ସେ ତୋରଣ ସଯାଉଛନ୍ତି । ଓଡ଼ିଆ ଲୋକେ କଲେ କିଛି ଭୁଲ ହେଲେ କହିବେ ନାହିଁ ବୋଲି ସତର୍କ ମଧ୍ୟ କରାଉଛନ୍ତି ତେଣୁ ଅନେକ ପୂଜା କମିଟି ବାଧ୍ୟ ହୋଇ ନୂଆ ଡିଜାଇନ ପାଇଁ ସେମାନଙ୍କଠୁ ତୋରଣ ସଯାଉଛନ୍ତି ହୋଲି କହିଛନ୍ତି କମିଟିର ଉପସଭାପତି ।