ତୋରଣ ନିର୍ମାଣରେ ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ପ୍ରତାପ ଚନ୍ଦ୍ର ଗିରୀଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢ଼ମାସ ଧରି ତୋରଣ ନିର୍ମାଣ ଦାୟିତ୍ଵରେ ଅଛନ୍ତି । ତୋରଣଟିକୁ ବ୍ୟବହାର ପାଇଁ ବାଉଁଶ, କାଠବିଟ୍, ପ୍ଲାଏ, ଫାଇବର, ସନପ୍ୟାକ, ୟୁନିଫୋମ, ରଙ୍ଗୀନ କାଚ ବ୍ୟବହାର କରାଯାଇଛି । ଏହି ତୋରଣ ଟିର ଉଚ୍ଚତା ହାରାହାରି ୮୫ ଫୁଟ ଏବଂ ଚଉଡ଼ା ୧୫୦ ଫୁଟ ରହିଛି । ଭକ୍ତ ମାନଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ରହିଥିବା ବେଳେ ଭିତର ପଟେ ୪ ଟି ପ୍ରସ୍ଥାନ ପଥ ରହିଛି । ତୋରଣ ଭିତରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି । ଆସୁଥିବା ସମସ୍ତ ଭକ୍ତ ମାନଙ୍କ ସୁରକ୍ଷା ପାଇଁ ପୂଜା କମିଟି ପକ୍ଷରୁ ୨୦ ଟି ସିସିଟିଭି କ୍ୟାମେରା ଲଗାଯିବ ସହ ୩୦୦ ଭଲ୍ୟୁଣ୍ଟର ନିୟୋଜିତ କରାଯିବ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।