ପ୍ରଶ୍ନ ଘେରରେ ଜେଲ ଡିଜି...
କଟକ: କଟକ SCB ମେଡିକାଲରେ ଅଘଟଣ ଘଟିଛି। ସର୍ଜରୀ ୱାର୍ଡ ସିଲିଂ ଫ୍ୟାନ ଖସି ରୋଗୀଙ୍କ ଉପରେ ପଡିଛି। ଫ୍ୟାନଟି ଘୁରୁଥିବା ସମୟରେ ଛିଣ୍ଡିପଡ଼ିଛି। ରୋଗୀଙ୍କ ମୁଣ୍ଡ ଓ ଛାତିରେ ଫ୍ୟାନ ପଡ଼ିଛି।
ରୋଗୀ ଜଣକ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତେବେ ସୂଚନା ଅନୁସାରେ ରୋଗୀ ଜଣକ ସୁସ୍ଥ ରହିଥିବାର ଜଣାପଡିଛି। ମହିଳା ରୋଗୀ ଜଣକ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି।