ହିମାଂଶୁଙ୍କ ବାପା କହନ୍ତି ଏଥିରୁ ଲାଭ ମିଳିବନି ବୋଲି ମୋର ଧାରଣା ଥିଲା ତେଣୁ ଏହାକୁ ନେଇ ମୁଁ ଅସନ୍ତୁଷ୍ଟ ଥିଲି । ଏବେ ଦେଖୁଛି ଠେକୁଆ ଚାଷ ଜୀବିକା ଦେଇପାରିବ । ହିମାଂଶୁଙ୍କ ପତ୍ନୀ କହିଛନ୍ତି ଦିନକୁ ଦୁଇଘଣ୍ଟା ପରିଶ୍ରମ କରି କରାଯାଇପାରିବ ଠେକୁଆ ଚାଷ । କଷ୍ଟ କମ ଥିବାରୁ ଯେ କେହି ବି କରିପାରିବେ ଠେକୁଆ ଚାଷ ।ପିଞ୍ଜରା ଭିତରେ ବେଶ କୌତୁକିଆ ଦେଖାଯାଉଛନ୍ତି ଠେକୁଆ । ଏଠାରେ ଅଛନ୍ତି ସୋଭିଏତ ବ୍ଲାକ ,ନ୍ୟୁଜଲାଣ୍ଡ ହ୍ବାଇଟ ସାଙ୍ଗକୁ ୮ ପ୍ରକାରର ୭୦୦ ଠେକୁଆ । କାହାର ରଙ୍ଗ ଧଳା ତ ଆଉ କିଏ କଳା ଓ କଷରା ।
ଖୋର୍ଦ୍ଧାର ଏକ କମ୍ପାନୀ କେରଲରୁ ଠେକୁଆ ଆଣି ହିମାଂଶୁଙ୍କୁ ଯୋଗାଇଦେଇଛି । ସେହି କମ୍ପାନୀ ମଧ୍ୟ ଠେକୁଆ ଗୁଡିକୁ କିଣି ନେଉଛି । ତେଣୁ ବିକ୍ରି ପାଇଁ କୌଣସି ସମସ୍ୟା ନଥିବା କହନ୍ତି ହିମାଂଶୁ । ହିମାଂଶୁ କହନ୍ତି ଗତ ବର୍ଷ ଅପ୍ରେଲ ୨୪ରୁ ଆରମ୍ଭ ହୋଇଥିବା ଏହି ଠେକୁଆ ଫାର୍ମରୁ ନିକଟରେ ୨୫ ହଜାର ଟଙ୍କାର ଠେକୁଆ ବିକ୍ରି ହୋଇଛି । କେବଳ ମାଂସ ପାଇଁ ରହିଛି ଏହାର ଚାହିଦା । ହିମାଂଶୁ ଓ ତାଙ୍କର ପତ୍ନୀ ନିୟମିତ ଭାବେ ଠେକୁଆ ମାନଙ୍କୁ ଖାଦ୍ୟ ଦେବା ,ସେଡ ସଫା କରିବା ଓ ଅନ୍ୟାନ ଯତ୍ନ ସହିତ ତଦାରଖ କରିଥାନ୍ତି । ଠେକୁଆ ଫାର୍ମ ବୁଲି ଆସିଥିବା ଜଣେ ଯୁବକ ବିକାଶ କୁମାର ସେଠି କହନ୍ତି ଚାକିରୀ ପଛରେ ଗୋଡ଼ାଇ ସମୟ ନଷ୍ଟ କରିବା ଅପେକ୍ଷା ଏଭଳି ପ୍ରୟାସ ସ୍ୱାବଲମ୍ବୀ କରାଇ ପାରିବ ।
କମ ନିବେଶ ଓ କମ ପରିଶ୍ରମରେ ଏହି ଚାଷ ହୋଇପାରୁଥିବାରୁ ଓ ବିକ୍ରି ପାଇଁ ସମସ୍ୟା ନ ଥିବାରୁ ଅନେକଙ୍କ ପାଇଁ ଠେକୁଆ ପାଳନ ଜୀବିକାର ଉତ୍ସ ହୋଇପାରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: