Headlines @ 7AM |3 July 2022| Argus News
ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଝଟକା
ଅର୍ଗସ ବ୍ୟୁରୋ : ଆଜି ସକାଳ ୭ଟା ୧୦ ମିନିଟରେ ମୃଦୁ ଭୂମିକମ୍ପରେ ଥରିଲା ଗଞ୍ଜାମ ଓ ଗଜପତି ଜିଲ୍ଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ରେକର୍ଡ କରାଯାଇଛି। ପ୍ରାୟ ୩ ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ ଏକ ଶବ୍ଦ ଶୁଣାଯାଇଥିଲା ବୋଲି ଲୋକେ କହିଛନ୍ତି । ତେବେ ଏହି ମୃଦୁ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି, ଗଜପତି ଜିଲ୍ଲାର ମୋହନା, ଅଡ଼ବା, ଆର.ଉଦୟଗିରିରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ସମୟରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଓଡ଼ିଶାରେ ବହୁ ଦିନ ପରେ ଭୂକମ୍ପ ମୃଦୁ ଅନୁଭୂତ ହୋଇଥିବାରୁ ଅନେକ ଲୋକ ଭୟଭୀତ ଅଛନ୍ତି।
ଆଜିଠୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ମିଳିବ ଆଡପ ଅବଢା

ଅର୍ଗସ ବ୍ୟୁରୋ: ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ। ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ଆଜିଠାରୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ମିଳିବ ଆଡପ ଅବଢା । ବିଶ୍ବାସ ରହିଛି ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ୨ ବର୍ଷ ଧରି ଅଡ଼ପ ମଣ୍ଡପ ଦର୍ଶନ ବନ୍ଦ ଥିବାରୁ ଆଜି ଭକ୍ତଙ୍
Download Argus News App
