ଭୁବନେଶ୍ୱର: କରୋନା ସଂକ୍ରମଣ ସମୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରବାସୀ ଶ୍ରମିକ, ପର୍ଯ୍ୟଟକ ଓ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଫେରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସେବା ଚଳିତ ବର୍ଷ ମେ ପହିଲାରୁ ଆରମ୍ଭ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା କାର୍ଯ୍ୟ 24 ଜୁନ, 2020 ସୁଦ୍ଧା ସମାପ୍ତ ହୋଇଯିବାର ଥିଲା । ପୂର୍ବ ତଟ ରେଳପଥରେ ଏହି କାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରାୟ ସମାପ୍ତ ହେଇଯାଇଛି । ଯେହେତୁ ବିଭିନ୍ନ ରାଜ୍ୟରୁ ପୂର୍ବ ତଟ ରେଳପଥକୁ ଆସିବା ପାଇଁ ଥିବା ଶ୍ରମିକ ସ୍ପେସିଆଲ ଟ୍ରେନ ଗୁଡିକର ସଂଖ୍ୟା ଅତି କମ । ପୂର୍ବ ତଟ ରେଳପଥ ମଧ୍ୟରେ ଓଡିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟରୁ ବିଭିନ୍ନ ରାଜ୍ୟକୁ ଶ୍ରମିକ ସ୍ପେସିଆଲ ଟ୍ରେନ ପଠାଇବାର ଆବଶ୍ୟକତାକୁ ପୂରଣ କରିପାରିଛି ।
ପୂର୍ବତଟ ରେଳପଥ ମେ, 2020ର ପ୍ରଥମ ସପ୍ତାହରୁ ଏହାର ଅଧିକାର କ୍ଷେତ୍ର ଅଧୀନରୁ ପାଖାପାଖି 634ଟି ଶ୍ରମିକ ସ୍ପେଶାଲ ଟ୍ରେନ ପରିଚାଳନା କରିଛି । ଏଥି ମଧ୍ୟରୁ 250ଟି ଶ୍ରମିକ ସ୍ପେଶାଲ ଟ୍ରେନ ବାହାର ରାଜ୍ୟରୁ ପୂର୍ବତଟ ରେଳପଥ ଅଧିକାର କ୍ଷେତ୍ରକୁ ଆସିଛି । 14 ଟି ଶ୍ରମିକ ସ୍ପେଶାଲ ଟ୍ରେନ ଗୁଡିକୁ ପୂର୍ବ ତଟ ଅଧୀନରେ ଥିବା ବିଭିନ୍ନ ସ୍ଥାନରୁ ଯଥା ସମ୍ବଲପୁରରୁ ଗୋଟିଏ, ଭୁବନେଶ୍ୱରରୁ ଦୁଇଟି ଅନ୍ୟ ସବୁ ବିଶାଖାପାଟଣାରୁ ବିଭିନ୍ନ ସ୍ଥାନ ମାନଙ୍କୁ ପଠାଯାଇଛି । ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶରୁ ଏହି ଟ୍ରେନ ଗୁଡିକ ଓଡିଶାକୁ ଆସିଥିଲା । ପ୍ରାୟ 372 ଟି ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟ ପୂର୍ବ ତଟ ରେଳପଥର ମାର୍ଗରେ ସୁରକ୍ଷିତ ରୂପେ ଚଳାଚଳ କରିଥିଲା, ଯେଉଁଗୁଡିକରେ ପୂର୍ବ ତଟ ରେଳପଥର ବିଭିନ୍ନ ଷ୍ଟେସନମାନଙ୍କରେ ଖାଦ୍ୟ ତଥା ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥିଲା ।
ଯେତେବେଳେ ବି ଆବଶ୍ୟକତା ହେବ ଶ୍ରମିକ ସ୍ପେସିଆଲ ଟ୍ରେନ ଯୋଗାଇ ଦେବା ନିମନ୍ତେ ସମସ୍ତ ରାଜ୍ୟ ସରକାର ମାନଙ୍କୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଶ୍ୱାସନା ଦିଆଯାଇଛି । ଆଇ.ଆର.ସି.ଟି.ସି ସହଯୋଗରେ ଶ୍ରମିକ ସ୍ପେଶାଲ ଟ୍ରେନ ମାନଙ୍କରେ ପୂର୍ବ ତଟ ରେଳପଥ ପକ୍ଷରୁ 12 ଲକ୍ଷରୁ ଅଧିକ ନିଃଶୁଳ୍କ ଖାଦ୍ୟ ଓ ପାଣି ବୋତଲ ଯାତ୍ରୀମାନଙ୍କୁ ଯୋଗାଇ ଦିଆ ଯାଇଥିଲା । ଏହି ଶ୍ରମିକ ଟ୍ରେନ ଗୁଡିକ ଯାତ୍ରା କରୁଥିବା ସମୟରେ ରେଳପଥର ଡାକ୍ତର ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁରକ୍ଷିତ ରୂପେ ପ୍ରସବ ହୋଇ ଅନେକ ନବଜାତ ଶିଶୁଙ୍କ ଜନ୍ମ ହେବାର ସ୍ମରଣୀୟ ଘଟଣା ମଧ୍ୟ ଘଟିଥିଲା ।
ଅର୍ଗସ ବ୍ୟୁରୋ: ଜାତୀୟ ସୁରକ୍ଷା ସଚେତନତା ଅଭିଯାନ ପକ୍ଷରୁ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ଦେଶରେ ଗୋଟିଏ ଆଇନ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର୍ ଡକ୍ଟର କମଲ ଜିତ୍ ସିଂ, ସୁପ୍ରିମ କୋର୍ଟର ଆଇନଜୀବୀ ଆନନ୍ଦ ମିଶ୍ର, ଏବଂ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସୁରକ୍ଷା ସଚେତନତାର ଉପ ସଭାପତି ଡକ୍ଟର ମିଥିଲେସ ଝା ବକ୍ତା ଭାବରେ ଯୋଗଦେଇ ସମ୍ପ୍ରତିକ ଦେଶରେ ଆଇନ୍ ବ୍ୟବସ୍ଥାର ତର୍ଜମା କରିଥିଲେ। ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ଦେୱାନି କୋର୍ଟ ପ୍ରଚଳନ ହେବା ଆବଶ୍ୟକ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ମାଲକାନଗିରି : ଅବକାରୀ ବିଭାଗ ହାବୁଡରେ ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲା ଜଣେ ଚୋରା ଚାଲାଣ କାରୀ । ସୂଚନା ମୁତାବକ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେ ଗୁଇନ୍ଦା ସୂଚନା ପାଇ ପେଟ୍ରଲିଙ୍ଗ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ ।
ଅଧିକ ପଢନ୍ତୁ : ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ହୋମଗାର୍ଡ
ପରେ ସନ୍ଦେହ ହେବାରୁ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ 88 କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଉପ ନିରୀକ୍ଷକ।
ଅର୍ଗସ ବ୍ୟୁରୋ: ମନ୍ଦିରରୁ ସିରିଜ ଲୁଟ୍ । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ପଞ୍ଚାୟତରେ ଥିବା 3 ଟି ମନ୍ଦିରରୁ ବଲମ୍ବିତ ରାତିରେ ଦୁର୍ବୁତ ମାନେ ସିରିଜ୍ ଲୁଟ କରିଛନ୍ତି । ମା ମଙ୍ଗଳା ମନ୍ଦିର ରୁ ସୁନା ରୂପା , ବାସୁଳୀ ମନ୍ଦିରରୁ ତାଲା ଭଙ୍ଗୀ ଲୁଟ୍ କରିଥିବା ସୂଚନା ,ତାରେଣୀ ମନ୍ଦିର ରୁ ତାଲା ଭଙ୍ଗୀ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଆସବା ପତ୍ର ଲୁଟିନେଇଥିବା ଅଭିଯୋଗ । ଖବରପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୩ଟି ମନ୍ଦିରରୁ ଚୋରି ହୋଇଥିବାବେଳେ ପୋଲିସର ଚିନ୍ତା ବଢ଼ିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: