ମନ ଭରି ଖାଉଥିଲେ ଆଉ ସୁସ୍ଥ ରହୁଥିଲେ। କିନ୍ତୁ ବର୍ତ୍ତମାନର ଯୁବପୀଢିଙ୍କ ଜୀବନ ଶୈଳି ସମ୍ପୂର୍ଣ୍ଣ ଅଲଗା। ବିଭିନ୍ନରେ ରୋଗରେ ମଧ୍ୟ ଆକ୍ରାନ୍ତ। ଯେମିତି କି ଅବସାଦ, ମାନସିକ ଚାପ ଇତ୍ୟାଦି। ପୂର୍ବରୁ ଥିବା ଜୀବନଶୈଳି ଏବଂ ଏବେକାର ଜୀବନ ଶୈଳି ମଧ୍ୟରେ ଆକାଶ ପାତାଳ ଫରକ। ବର୍ତ୍ତମାନର ପିଢି ଦିନରାତି ଖାଦ୍ୟ ତାଲିକା ଅନୁସାରେ ଖାଦ୍ୟ ଗ୍ରହଣ କରୁଛି।
ଜିମ୍ ଯିବାରେ ମଧ୍ୟ ହେଳା ନାହିଁ । ଏତେସବୁ କଲାପରେ ମଧ୍ୟ ଯୁବପିଢି ମାନସିକ ଅବସାଦରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହାର କାରଣ ଖୋଜିଥିଲେ ସିଡିନୀର ଗବେଷକ। ଗବେଷକଦଳ ଏ ଦିଗରେ ଗବେଷଣା କରି କହିଛନ୍ତି, ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ। ନିଜର ମନପସନ୍ଦର ଖାଦ୍ୟ ଖାଇ ନପାରି ଯୁବବର୍ଗ ମାନସିକ ଶାନ୍ତି ପାଉନାହାନ୍ତି। କେବଳ ସୁସ୍ଥ ରହିବାର ଏକ ଜିଦ୍ରେ ସେମାନେ ଖାଦ୍ୟ ତାଲିକା ତିଆରି କରି ଖାଉଛନ୍ତି।
ତେବେ ଏହି ଗବେଷଣାରେ ୨୫/୩୫ ବର୍ଷ ବୟସର ଲୋକ ସାମିଲ ହୋଇଥିଲେ। ଗବେଷଣାରୁ ୩୦% ଲୋକ ମାନସିକଚାପ, ଅଶାନ୍ତିରେ ରହୁଥିବାର ଦେଖାଗଲା। ଏମାନଙ୍କ ଖାଦ୍ୟପାନୀୟକୁ ତର୍ଜମା କଲାପରେ ଜଣାପଡିଲା, ମନପସନ୍ଦ ର ଭୋଜ ଏହି ଲୋକମାନେ ପାଇପାରୁନାହାଁନ୍ତି। ଯେଉଁମାନେ ତାଙ୍କ ରୁଚି ଅନୁସାରେ ଖାଉଥିଲେ ସେମାନେ ଅନ୍ୟମାନେଙ୍କ ତୁଳନାରେ ଅଧିକ ଖୁସି ରହୁଥିବାର ଜଣାପଡିଛି। ଗବେଷକଙ୍କ ମତରେ ସମସ୍ତେ ନିଜ ଇଚ୍ଛା ଅନୂସାରେ ଖାଇଲେ ସ୍ୱାସ୍ଥ୍ୟ ଓ ମାନସିକ ସୁସ୍ଥତା ଭଳ ରହେ।