ତେବେ ପଚରାଉଚରାବେଳେ ମନୀଷ ସିସୋଦିଆ ଯାଞ୍ଚ ଏଜେନ୍ସିକୁ ଆଦୌ ସହଯୋଗ କରୁନାହାନ୍ତି ବୋଲି ଇଡି ଏହା କୋର୍ଟରେ ପ୍ରକାଶ କରିଛନ୍ତି।
ଇଡି ପକ୍ଷରୁ କୋର୍ଟରେ କୁହା ଯାଇଛି ଯେ ସିସୋଦିଆ ଜାଣି ଶୁଣି ତାଙ୍କର ଫୋନକୁ ନଷ୍ଟ କରି ଦେଇଛନ୍ତି । ଫୋନ ଅକ୍ଷତ ଅବସ୍ଥାରେ ଥିଲେ ସେଥିରୁ ପ୍ରମାଣ ମିଳିଯିବାର ଆଶଙ୍କା ଥିବାରୁ ସେ ଫୋନକୁ ନଷ୍ଟ କରିଛନ୍ତି।
ତେବେ ଅବକାରୀ ଦୁର୍ନୀତି ମାମଲା ସାମନାକୁ ଆସିବା ଓ ଏହାକୁ ନେଇ ଯାଞ୍ଚ ଆରମ୍ଭ ହେବା ପରେ ସେ ଏତେ ସଂଖ୍ୟାରେ ଫୋନ କାହିଁକି ବଦଳାଇଥିଲେ ସେ ନେଇ କୌଣସି ଉତ୍ତର ଦେଉ ନ ଥିବା ଇଡି ପ୍ରକାଶ କରିଛି। ଗତ 2022 ମସିହା ଜୁଲାଇ ୨୨ରେ ସିସୋଦିଆ ତାଙ୍କର ମୋବାଇଲ ଫୋନକୁ ବଦଳାଇ ଦେଇଥିଲେ। ସେହିଦିନ ଦିଲ୍ଲୀର ଉପ ରାଜ୍ୟପାଳ ମଦ ନୀତି ଦୁର୍ନୀତି ମାମଲାରେ ଅଭିଯୋଗ ସିବିଆଇ ନିକଟକୁ ପଠାଇଥିଲେ ।
ଇଡି ତାଙ୍କର ରିମାଣ୍ଡ ଅବଧି ସମାପ୍ତ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଇଥିଲା । ଏହା ପରେ ପୁଣି ଥରେ ସାତ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଇଡି ଆବେଦନ କରିଥିଲା । ତେବେ କୋର୍ଟ ଇଡିକୁ ସାତ ଦିନ ବଦଳରେ ପାଞ୍ଚ ଦିନ ଯାଏ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।
ଅଧିକ ଭାରତ ଖବର ପଢ଼ନ୍ତୁ