ଏମିତିରେ ଇଞ୍ଜିନିୟରିଂରେ କଲେଜର ହାଲ୍ ବେହାଲ ଥିବା ବେଳେ ସିଟ୍ ବଢ଼ିଲେ କେତେ ଯେ ଆସନ ଖାଲି ପଡ଼ିବ ତାକୁ ନେଇ ଚିନ୍ତା ବଢ଼ିଛି । ସେପଟେ ଅନ୍ୟ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ କାହିଁକି ପଛୁଆ ବର୍ଗ ବା OBCଙ୍କୁ ସଂରକ୍ଷଣ ମିଳୁନାହିଁ ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । କେନ୍ଦ୍ର ସରକାର ମେଡ଼ିକାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଆଦିରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗ ଭଳି ରାଜ୍ୟ ମଧ୍ୟ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣର ପ୍ରବାଧାନ କରିଛନ୍ତି । କିନ୍ତୁ ରାଜ୍ୟରେ ଏବେ 54 ଭାଗ ଅର୍ଥାତ ଅଢ଼େଇ କୋଟିରୁ ଅଧିକ ଲୋକ ଓବିସି । କିନ୍ତୁ ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର ।
ସେପଟେ ସଂରକ୍ଷଣକୁ ନେଇ ଶାସକ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି ବିରୋଧୀ । କେନ୍ଦ୍ର ସରକାର ଆର୍ଥିକ ଅନଗ୍ରସର ପାଇଁ ଏହି ସଂରକ୍ଷଣର ବ୍ୟବସ୍ଥା କରିସାରିଛନ୍ତି । ତେବେ ରାଜ୍ୟ ସରକାର କାହିଁକି ଖାଲି ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନଙ୍କୁ ସଂରକ୍ଷଣ ଦେଇ ହାତଯୋଡ଼ି ବସିପଡ଼ୁଛନ୍ତି ବୋଲି ପ୍ରଶ୍ନ କରିଛି । ଏପରିକି ବାହାର ରାଜ୍ୟଗୁଡ଼ିକରେ ଶିକ୍ଷାକ୍ଷେତ୍ରରେ ଓବିସି ସଂରକ୍ଷଣ ଦେଉଥିବା ବେଳେ ଓଡ଼ିଶାରେ କାହିଁକି ସମାନ ପ୍ରକ୍ରିୟା ଲାଗୁ ହେଉନାହିଁ ବୋଲି ଦଳ ପ୍ରଶ୍ନ କରିଛି । ସେପଟେ କଂଗ୍ରେସ ମଧ୍ୟ ବିଜେପି କଥାରେ ଯତିପାତ ମିଶାଇଥିବା ବେଳେ ମନ୍ତ୍ରୀ କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଅଦାଲତଙ୍କୁ ଅପିଲ ପରେ ସଂରକ୍ଷଣ ୫୦ ପ୍ରତିଶତରୁ ମଧ୍ୟ ଅଧିକ ହୋଇପାରିବାର ପ୍ରାବଧାନ ରହିଛି । କିନ୍ତୁ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ କାହିଁକି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ତାହାକୁ ନେଇ ମଧ୍ୟ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି ।
ଶିକ୍ଷା ଓ ନିଯୁକ୍ତି ଖବର ଆହୁରି ପଢନ୍ତୁ ।