ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ପ୍ରତିକ୍ରିୟା ରଖିଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଯୁକ୍ତ ୨ ପରୀକ୍ଷାର୍ଥୀ ପାଠପଢ଼ାରେ ମନ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ଜୁନ୍ରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ। ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ସରକାରଙ୍କ ଇଚ୍ଛା ନ ଥିଲା। ହେଲେ ପରିସ୍ଥିତିକୁ ଦେଖି ଏପରି କରିବାକୁ ବାଧ୍ୟ ହୋଇଛୁ।
ସୂଚନାନୁଯାୟୀ, ଆଜି ସାକଳୁ ଭୁବନେଶ୍ୱର ଲୋୟର PMG ରେ ବିଭିନ୍ନ କଲେଜର +୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ କରିଥିଲେ । ଯଦି ଦଶମ ଶ୍ରେଣୀ ପିଲାଙ୍କୁ କରୋନା ହେବାର ଭୟ ରହିଛି, ତେବେ ଆମକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଥିଲେ ଛାତ୍ରଛାତ୍ରୀ । ଏଥିସହ ପାଠପଢ଼ାରେ ଅନିୟମିତତା ଦର୍ଶାଇ ଛାତ୍ରୀଛାତ୍ରମାନେ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି କରିଛନ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି ।