ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ହେବା ସହ ଜଣେ ଶିକ୍ଷକ ଅଫିସ କିମ୍ବା ଟ୍ରେନିଂ ଗଲେ ସ୍କୁଲ ଛୁଟି ରହୁଛି। ବିଭିନ୍ନ ବିଷୟରେ ପାଠପଢା ଯାଉନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟର ଶିକ୍ଷକ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ବିଇଓଙ୍କ ଠାରୁ ଆରମ୍ଭ କରି ଡିଇଓ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନ ଥିବାରୁ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଦ୍ୟାଳୟରେ ଦେଖା ଦେଇଥିବା ଶିକ୍ଷକ ସମସ୍ୟା ଶିକ୍ଷା ବିଭାଗ କେବେ ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: