ଗତକାଲି ମୁଣ୍ଡଳୀ ଦେଇ ନଦୀ ପାର୍ ହେଉଥିଲେ ହାତୀ ପଲ । ହେଲେ ତାମଧ୍ୟରୁ ଏକ ଦନ୍ତା ନଦୀ ସ୍ରୋତରେ ଫସି ରହିଥିଲା । ଯାହାକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ । କଦଳୀ ଆଦି ପ୍ରଲୋଭନ ଦେଇ ହାତୀଟିକୁ କୂଳକୁ ଘଉଡାଇ ଦିଆଯାଇଥିଲା । ହାତୀଟି କଦଳୀ ଖାଇବା ପରେ ପୁଣି ନଦୀ ମଝିକୁ ପଳାଇଥିଲା । ତାକୁ ପୁଣି କୂଳକୁ ଘଉଡାଇବା ପାଇଁ ବୋଟ୍ ରେ ଓଡ୍ରାଫ ଟିମ୍ ଯାଇଥିଲେ ।
ଯେଉଁଥିରେ ସାମିଲ୍ ଥିଲେ ବୈଦ୍ୟୁତିକ ଗଣମାଧ୍ୟମ ଓଟିଭିର ଦୁଇ ପ୍ରତିନିଧି । ପାଟି କରି ହାତୀକୁ ଘଉଡାଇବା ସମୟରେ ବୋଟ୍ ଟି ଓଲଟି ପଡିଥିଲା । ଯେଉଁଥିରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ବିୟୋଗ ହୋଇଛି । କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନାଙ୍କର ବର୍ତ୍ତମାନ ଏସସିବି ମେଡିକାଲରେ ଚିକିତ୍ସା ଜାରି ରହିଛି ।