ସେହି ଅନୁଯାଇ ଆସନ୍ତାକାଲି ସକାଳେ ପବିତ୍ର ଇଦଘା ଠାରେ ମାତ୍ର ୫ ଜଣ ରହି ନମାଜ ପାଠ କରିବେ। ଅନ୍ୟ ମାନେ ନିଜ ନିଜ ଘରେ ରହି ନମାଜ ପାଠ କରିବା ସହିତ ନିରାଡ଼ମ୍ବର ସହିତ ଏହି ପର୍ବକୁ ପାଳନ କରିବେ। ମହାମାରୀ କରୋନା ଯୋଗୁ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବ॥ ସେଥିପାଇଁ ସବୁ ସାହି କମିଟିକୁ ଚଉଦ ମହଲା ମୁସଲିମ ଜମାତ ପକ୍ଷରୁ ଜଣାଇ ଦିଆଯାଇଛି।
ଅନ୍ୟ ପକ୍ଷରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ସେମାନଙ୍କ ସହିତ ଆଲୋଚନା କରାଯାଇଛି । ତେବେ ଏହି ପର୍ବ ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ୧୧ ପ୍ଲାଟୁନ ପୋଲିସ ଫୋର୍ସ ୪୦ ଜଣ ଅଫିସର ବିଭିନ୍ନ ସ୍ଥାନରେ ମୁତୟନ ରହିବେ.। ଏହି ପର୍ବ ଯେପରି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ଓ କୋଭିଡ ନିୟମ ସମସ୍ତେ ମାନି ପର୍ବ ପାଳନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। କୋରୋନା ପାଇଁ ସବୁ କିଛି ଫିକା। କୋରୋନାର ପ୍ରଭାବ ଇଦ ପର୍ବ ଉପରେ ବି ପଡ଼ିଛି।