ରାଜଧାନୀ ଭୁବନେଶ୍ୱର ଅଶୋକ ନଗରରେ ଏକ ଔର ବାର ନାଁରେ ନିବେଦିତା ନିଆରା ଏକ ଷ୍ଟୋର ଚଳାଉଛନ୍ତି । ଏହା ଜରିଆରେ ସେ ଭଡାରେ ଯୋଗାଇ ଦେଉଛନ୍ତି ସବୁ ପ୍ରକାର ଉତ୍ସବରେ ପରିଧାନ କରିବା ଭଳି ଦାମୀ ପୋଷାକ । ଷ୍ଟୋରକୁ ଆସିଥିବା ଜଣେ ଯୁବତୀ ଜ୍ୟୋସ୍ନା କହନ୍ତି ଏଠାରେ ରହିଛି ବହୁତ ଭଲ ସଂଗ୍ରହ । ପାର୍ଟିୱେର ଠାରୁ ୱେଦିଙ୍ଗ ଲେହେଙ୍ଗା ଯାଏଁ ବିଭିନ୍ନ ଡିଜାଇନ ଓ ସାଇଜର ଉପଲବ୍ଧ ହେଉଛି । ତାହା ପୁଣି ଭଡାରେ ମିଳୁଥିବାରୁ ପ୍ରତି ପାର୍ଟିରେ ନୂଆ ପୋଷାକ ପିନ୍ଧିବାର ସ୍ବପ୍ନକୁ ସାକାର କରିବାର ସୃଷ୍ଟି କରିଛି ଆଶା । ସିଦ୍ଧି ନାମ୍ନୀ ଆଉ ଗ୍ରାହକ କହନ୍ତି ସୁନ୍ଦର ପୋଷାକ ଦେଖିଲେ ପରିଧାନ ପାଇଁ ଇଛା ହୁଏ । କିନ୍ତୁ ସବୁ ପୋଷାକ କିଣି ହୋଇନଥାଏ । ଏବେ ଭଡାରେ ନେଇ ଏସବୁ ପିନ୍ଧି ହେବ ଆଉ କାମ ସରିଗଲେ ଆଣି ଫେରାଇ ହେବ ।
ରାଜଧାନୀ ଭୁବନେଶ୍ୱର ପାଇଁ ଏ ହେଉଛି ପ୍ରଥମ ଷ୍ଟୋର ଯେଉଁଠି ଭଡା ଦିଆଯାଉଛି ଦାମୀ ପୋଷାକ । ଏଠାରେ ୱେଡିଙ୍ଗ,କକଟଲ,ମୁଣ୍ଡନ ଓ ବ୍ୟାଚଲୋର ଭଳି ସବୁ ପ୍ରକାର ପାର୍ଟି ପାଇଁ ରହିଛି ପୋଷାକ । ପ୍ରିନସେସ ଗାଉନସ ,ବ୍ରାଇଡାଲ ଲେହେଙ୍ଗା ,ସାଲୱାର ଓ ସେରୱାନି ସୁଟ,ପ୍ଲାଜୋ ,ପାଇଜାମା ,ଚୁନି ଆଉ ପଗଡିର ଅନେକ ଭେରାଇଟ ରହିଛି ଏକ ଔର ବାର ଷ୍ଟୋରରେ । ଏହାର ପ୍ରତିଷ୍ଠାତା ନିବେଦିତା କହନ୍ତି ଭଡାରେ ଲୁଗା ପିନ୍ଧିବା ଖରାପ ନୁହଁ । ଏହା ଶସ୍ତା ସାଙ୍ଗକୁ ଦେଇଥାଏ ଖୁସି । ଏବେ ଇଭେଣ୍ଟ ସଂଖ୍ୟା ବଢିଥିବା ବେଳେ ପୋଷାକ ପିନ୍ଧି ସେଲ୍ଫି ଉଠାଇବାର ମାନସିକତା ବଢିଛି । ପାର୍ଟିକୁ ସୁନ୍ଦର ଭାବେ ଯିବାର ଅବସର ଦେଉଛି ଏହି ଷ୍ଟୋର । ଏହି ଷ୍ଟୋରରେ ସ୍ମଲ ସାଇଜରୁ ସିନିୟର ସିଟିଜେନଙ୍କ ଯାଏଁ ରହିଛି ପୋଷାକ । ଏଠାରେ ୧୫୦୦ ଟଙ୍କାରୁ ଆରମ୍ଭ ହୋଇ ୮ହଜାର ଟଙ୍କା ବିନିମୟରେ ଯୋଗାଇ ଦିଆଯାଉଛି ଫେସନ ଡ୍ରେସ ଆଉ ମ୍ୟାଚ କରୁଥିବା ଅଳଂକାର ।
ନିବେଦିତାଙ୍କ ଏହି ନିଆରା ବ୍ୟବସାୟ ସଉକ ପୂରଣ କରିବା ସହିତ ବସ୍ତ୍ର ପାଇଁ ହେଉଥିବା ବ୍ୟୟକୁ ରୋକିବାରେ ସହାୟକ ହେବ ଓ ଡମ୍ପିଂୟାର୍ଡ଼ରେ ଗଦା ହେଉଥିବା ପୋଷାକ ବର୍ଜ୍ୟର ପରିମାଣ କମାଇବ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।