କଟକ: ପାରିବାରିକ ହିଂସାରୁ ବଡ଼ ଭାଇକୁ ପଥରରେ ଛେଚି ହତ୍ୟା କଲା ସାନ ଭାଇ । ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ରାସରସିକପୁର ଅଞ୍ଚଳରେ । ମୃତକ ଜଣକ ହେଲେ ୫୦ ବର୍ଷୀୟ ଜଗନ୍ନାଥ ପ୍ରଧାନ । ଆଜି ଅପରାହ୍ନ 4ଟା ସମୟରେ ଜଗନ୍ନାଥ ପ୍ରଧାନ ରାସରସିକପୁର ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଏକ ଗଛ ମୂଳେ ଶୋଇଥିବା ସମୟରେ ସାନ ଭାଇ ଟୁକୁନା ପ୍ରଧାନ ଏକ ପଥରରେ ଛେଚି ହତ୍ୟା କରିଥିବା ଆଠଗଡ଼ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ପରିବାର ଲୋକଙ୍କ ପକ୍ଷରୁ ଜଗନ୍ନାଥଙ୍କୁ ଆଠଗଡ ମେଡିକାଲ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତ ଟୁକୁନା ପ୍ରଧାନକୁ ଆଠଗଡ଼ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ହତ୍ୟା ବେଳର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି ।
ଆହୁରି ପଢନ୍ତୁ ଅପରାଧ ଖବର...